ଆମ୍ ଆଦମୀ ପାର୍ଟି ପକ୍ଷରୁ ପଥପ୍ରାନ୍ତ ସଭା ଏବଂ ଦସ୍ତଖତ ଅଭିଯାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆମ୍ ଆଦମୀ ପାର୍ଟିର ଜିଲ୍ଲା ଅବହାକ, ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ତଥା ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଆଶିଷ ପାଣ୍ଡେଙ୍କ ନେତୃତ୍ୱରେ କାହ୍ନୁ କରନ୍, ସ୍ଵାଧୀନ ପଧାନ, ମୁକେଶ ଚିର୍ଗୁନ, ପ୍ରଦୀପ ପଟେଲ, ଆଦୀଙ୍କ ଉପସ୍ଥିତରେ ଗାଈବାହଲ ଗ୍ରାମ ପଞ୍ଚାୟତର ରତନପୁର, ଗଡଦ୍ୱାର ଏବଂ ସିନଖମନ୍ ଛକଠାରେ ପଥପ୍ରାନ୍ତ ସଭା ଏବଂ ଦସ୍ତଖତ ଅଭିଯାନ କରାଯାଇଥିଲା । ଦିଲ୍ଲୀ ଏବଂ ପଞ୍ଜାବରେ ଆମ୍ ଆଦମୀ ପାର୍ଟି କରୁଥିବା ଲୋକ କଲ୍ୟାଣ କାମ ତଥା ବିଜୁଳି, ପାଣି, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ରୋଜଗାର ବିଷୟରେ ଲୋକଙ୍କୁ କୁହାଯାଇଥିଲା । ଶ୍ରୀ ପାଣ୍ଡେ କହିଥିଲେ, ଯଦି ଆପ୍ ସରକାର୍ ୫ ବର୍ଷରେ ଲୋକଙ୍କୁ ଲୋକଙ୍କ ମୌଳିକ ଆବଶ୍ୟକତା ସାମଗ୍ରୀ ମାଗଣା ଦେଇପାରୁଛି । ବିଜୁଳି ବାହାର ରାଜ୍ୟରୁ କିଣି ଦିଲ୍ଲୀବାସୀଙ୍କୁ ୨୦୦ ୟୁନିଟ ମାଗଣା ଦେଇ ପାରୁଛି ଏବଂ ମାଗଣା ଦେଇ ମଧ୍ୟ ସରକାର୍ ଏବଂ ଜନ ସାଧାରଣ ପ୍ରଫିଟରେ ଅଛନ୍ତି । କିନ୍ତୁ ଏଠି ବିଜେପି, ବିଜେଡି, କଂଗ୍ରେସ ମିଶି ୭୫ ବର୍ଷ ହେଲା ଶାସନ କରି ଆସିଛନ୍ତି କିନ୍ତୁ ଏମାନଙ୍କର ନା ଜନତା ଉପରେ, ନା ଦେଶର ପ୍ରଫିଟ୍ ଉପରେ ଚିନ୍ତା ଅଛି । ଖାଲି ନିଜ ଏବଂ ନିଜ ଚଉକି ଗରମ୍ କରିବାରେ ଲାଗିଛନ୍ତି ଏବଂ ଦେଶକୁ ଲୁଟି ଲୁଟି ଦେଶକୁ କଙ୍ଗାଳ କରିବାରେ ଲାଗିଛନ୍ତି । ଆପଣ ଜାଣିଛନ୍ତି ଓଡ଼ିଶାରେ ହଜାର ହଜାର ମେଗା ୱାଟ ବିଜୁଳି ଉତ୍ପାଦନ କରି ମହଙ୍ଗା ରେଟ୍‌ରେ ବିକି ଓଡ଼ିଶା କ୍ଷତିରେ ଅଛି । ଦିଲ୍ଲୀ ଭଳି ମାଗଣା ବିଜୁଳି ଦେଇ ପାରୁନି । କିନ୍ତୁ ଦିଲ୍ଲୀ ଏବଂ ପଞ୍ଜାବରେ ସ୍ଥିତ ଆମର ଆପ୍ ସରକାର୍ ନିଜର ବିଜୁଳି ଉତ୍ପାଦନ ନଥାଇ ମଧ୍ୟ ଜନସାଧାରଣଙ୍କୁ ମାଗଣା ବିଜୁଳି ଦେଇ ମଧ୍ୟ ସରକାର ଏବଂ ଜନତା ପ୍ରଫିଟ୍‌ରେ ଅଛନ୍ତି । ସିଧା କଥା ଓଡ଼ିଶା ସରକାର ଲୋକଙ୍କୁ ୨୨ ବର୍ଷ ହେଲା ଲୁଟି ଚାଲିଛି ବୋଲି ଶ୍ରୀ ପାଣ୍ଡେ ଜନ ସାଧାରଣଙ୍କୁ କହିଥିଲେ । ଲୋକ ଆମ୍ ଆଦମୀ ପାର୍ଟିର ମୋଡେଲକୁ ଖୁବ୍ ପ୍ରଶଂସା କରିଥିଲେ ଏବଂ ଆମ୍ ଆଦମୀ ପାର୍ଟି ଦ୍ୱାରା ଚାଲିଥିବା ବିଜୁଳି ଆନ୍ଦୋଳନକୁ ସମର୍ଥନ କରି ଦସ୍ତଖତ ଅଭିଯାନରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.