oom

ପବିତ୍ର ଖପରାଡୁଙ୍ଗୁରିର ବିକାଶ ସମ୍ଭାବନା ଉଜ୍ୱଳ

jsmm
  • ଇକୋ- ଟୁରିଜିମ୍ ମାନ୍ୟତା ପାଇବା ଦିଗରେ ଅଗ୍ରସର ହେଉଛି ପବିତ୍ର ଖପରାଡୁଙ୍ଗୁରି ପୀଠ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଲକ ଓ ସଇଁତଲା ବ୍ଲକ ସୀମାନ୍ତରେ ପ୍ରସିଦ୍ଧ ଖପରାଡଙ୍ଗୁରି ଐତିହ୍ୟ ପରମ୍ପରା କୀର୍ତ୍ତିରାଜି ପ୍ରାକୃତିକ ପରିବେଶ ଭରା ଖପରାଡୁଙ୍ଗୁରିର ବିକାଶ କରିବା ପାଇଁ ଆର୍‌ସିସିଏଫ୍ ନିତିଶ କୁମାରଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ଜଙ୍ଗଲ ବିଭାଗ ଟିମ୍ ଖପରାଡୁଙ୍ଗୁରି ପରିଦର୍ଶନରେ ଆସି ସ୍ଥିତି ଅନୁଧ୍ୟାନ କରିବା ସହିତ ଏକ ସବିଶେଷ ରିପୋର୍ଟ ପ୍ରସ୍ତୁତ କରିଥିଲେ । ଅତି ଶୀଘ୍ର ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ଖପରାଡୁଙ୍ଗୁରି ଯୋଡି ହେବା ନେଇ ଶ୍ରୀ କୁମାର ଦୃଢୋକ୍ତି ପ୍ରକାଶ କରିଥିଲେ । ଧୁମାଭଟା ସରପଞ୍ଚ ବନମାଲୀ ନାଏକ, ସିପୁନ ଖମାରୀ, ଧନିରାମ ଭୋଇ, ସନାତନ୍ ଭୋଇ, ପ୍ରସାଦ ବରିହା, କୀର୍ତ୍ତିଚନ୍ଦ୍ର ଭୋଇ, ନକୁଲ ବାଗ, ନିରଞ୍ଜନ ଭୋଇ, ବାବା ପ୍ରଣୟ କୁମାର ଦାସ, ଭୋଲାସାଗର ନାଗ, ଦାମ୍ବୋଦର ପୁଟେଲ, ଆରସିସି ଅଶ୍ୱନି କୁମାର କର, ଡିଏଫଓ ନିତିଶ କୁମାର, ଫରେଷ୍ଟର ଆନନ୍ଦଚନ୍ଦ୍ର ବିଶି, ଜୟକୃଷ୍ଠ ଭୋଇ, ଗୁଣନିଧି ପରିଡା, ଲଲିତ ରାଉତ, ପିଣ୍ଟୁ ବୁଡେକ, ରାମ ପ୍ରଧାନ, ତୁଷ ବୁଡେକ, କେଶବ ଦଣ୍ତସେନା ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.