jsm

ସରକାରୀ ଯୋଜନା ସଫଳ ରୂପାୟନ ପାଇଁ ଉପଜିଲ୍ଲାପାଳଙ୍କ ବ୍ଲକସ୍ତରୀୟ ସମୀକ୍ଷା ବୈଠକ

csstore

ପାଟଣାଗଡ, (ଗୋରେଖନାଥବରିହା) ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ କାର୍ଯ୍ୟାଲୟ ସଭାଗୃହଠାରେ ସରକାରୀ ଯୋଜନାର ସଫଳ ରୂପାୟନ ପାଇଁ ପାଟଣାଗଡ ଉପଜିଲ୍ଲାପାଳ ଡ଼ା. ବିଜୟାନନ୍ଦ ସେଠି ସମୀକ୍ଷା କରିଥିଲେ । ସମୀକ୍ଷା ବୈଠକରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭୀମସେନ କହଁର, ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, ଉପଖଣ୍ଡ ଯୋଗାଣ ଅଧିକାରୀ ମାୟାଧର ସାହୁ, ଉପଖଣ୍ଡ ମଙ୍ଗଳ ଅଧିକାରୀ ଦୀପ୍ତି ମନ୍ତ ଭୋଇ, ସହକାରୀ ଯନ୍ତ୍ରୀ ସୌମ୍ୟ କିଶୋର ଜୟପୁରିଆ ଉପସ୍ଥିତିରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ବ୍ଲକର ଉନ୍ନୟନ କାମ, ପିଡିଏସ ଚାଉଳ ଯୋଗାଣ, ବିଭିନ୍ନ ଭତ୍ତା ଯୋଗାଣ, ଶିଶୁ ଖାଦ୍ୟ, ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଶ୍ରମିକମାନଙ୍କୁ କାମ ଓ ମଜୁରୀ ପ୍ରଦାନ ସମେତ ଗ୍ରାମୀଣ ଆବାସ ଯୋଜନା ଉପରେ ସମୀକ୍ଷା ହୋଇଥିଲା । ସରକାରଙ୍କ ଲୋକାଭିମୁଖୀ ଯୋଜନା କିଭଳି ଠିକ୍‌ ସମୟରେ ଠିକ୍‌ ଭାବରେ ପହଞ୍ଚିବ ସେନେଇ ସମସ୍ତ କର୍ମଚାରୀଙ୍କୁ ଉପଜିଲ୍ଲାପାଳ କହିଥିଲେ । ବୈଠକରେ ସିଡ଼ିପିଓ ସୁଜାତା ଦୋରା, ଜିପିଓ ସୁଶାନ୍ତ କୁମାର ପାଣି, ଯୋଗାଣ ଅଧିକାରୀ ବିକାଶ କୁମାର ବାର୍ଲା, ପିଏ ଅଶୋକ ପାଣିଗ୍ରାହୀ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କନିଷ୍କ ବିଭାର ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ପିଇଓ, ଜିଆରଏସ, ଯୋଗାଣ ସହାୟକ ପ୍ରମୁଖ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.