jsm

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ପରିସରଠାରେ ଡ. ଲତିତେନ୍ଦୁ ନାୟକଙ୍କ ସଭାପତିତ୍ୱରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଇଂରାଜୀ ବିଭାଗର ଅଧ୍ୟାପକ ଡ. ପ୍ରଦୀପ କୁମାର ପଣ୍ଡାଙ୍କ ଦ୍ୱାରା ଅନୁବାଦନ କରାଯାଇଥିବା ଗୀତାଞ୍ଜଳି କାବ୍ୟର ବହିକୁ ଅଧ୍ୟକ୍ଷ ଡ. ନାୟକ ଉନ୍ମୋଚନ କରିଥିଲେ । ତାପରେ ମହାବିଦ୍ୟାଳୟର ତରଫରୁ ଓଡ଼ିଆ ବିଭାଗର ପ୍ରାଧ୍ୟାପିକା ସୁଷମା ପଟ୍ଟନାୟକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଉକ୍ତ ସମାରୋହରେ ଷ୍ଟାଷ ଏସୋସିଏସନ ସଂପାଦକ ପ୍ରମୋଦ କୁମାର ତ୍ରିପାଠୀ, ସହ ସଂପାଦକ ପ୍ରକାଶ ସିଦ୍ଧାର, ପ୍ରାଧ୍ୟାପକ କୃଷ୍ଣ ମୋହନ ପଣ୍ତା, ଡ. ମନୋଜ କୁମାର ପ୍ରଧାନ, ବିଦ୍ୟାଧର ଦାଶ, ଡ. ବିରଞ୍ଚି ସାହୁ, ଡ. ଦୁଖିଶ୍ୟାମ ସାହୁ, ଡ. ସରୋଜ କୁମାର ପ୍ରଧାନ, ଡ. ପ୍ରଦୀପ ପଣ୍ତା, ଅଧ୍ୟାପିକା ରୀନା ଧର୍ମ ବିନାୟକ, ବରିଷ୍ଠ କିରାଣୀ ରାଧା ପଣ୍ତା ନିଜର ସୁଚିନ୍ତିତ ବକ୍ତବ୍ୟ ପ୍ରଦାନ କରିଥିଲେ । ଉକ୍ତ ଉତ୍ସବରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଅଣ ଶିକ୍ଷକ, କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ । ଶେଷରେ ସହ ସମ୍ପାଦକ ପ୍ରକାଶ ସିଦ୍ଧାର ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.