oom

ଶିକ୍ଷକ ଚଞ୍ଚଳ ସାହୁଙ୍କ ବିୟୋଗରେ ଶୋକସଭା

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଗତ ୨୭ ତାରିଖ ବୁଧବାର ରାତ୍ରି ୩ ଘଟିକା ସମୟରେ ଜ୍ଞାନ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଚଞ୍ଚଳ ସାହୁଙ୍କ ବିୟୋଗରେ ରାଜବୋଡାସମ୍ବର ବ୍ଲକ ଅଧିନସ୍ଥ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଥିଲା । ସଂଧ୍ୟାରେ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ସଦାନନ୍ଦ ପୁରୋହିତଙ୍କ ପୌରାହିତ୍ୟରେ, ଶିକ୍ଷକ ଭବନରେ ବହୁ ଶିକ୍ଷକ ଶିକ୍ଷୟତ୍ରୀ ରୁଣ୍ଡ ହୋଇ ସ୍ୱର୍ଗୀୟ ଆତ୍ମାର ସଦଗତି କାମନା କରି ନିରବ ପ୍ରାର୍ଥନା କରିଥିଲେ । ସଭାରେ ରାଜ ବୋଡାସମ୍ବର ଗୋଷ୍ଠୀ ଶିକ୍ଷା ଅଧିକାରୀ କାଳିଚରଣ ଦୁବେ, ସହ ଶିକ୍ଷା ଅଧିକାରୀ ଜୟକୁମାର ସାହୁ, ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଧର୍ମକୁମାର ଶତପଥି ତାଙ୍କ ସ୍ମୃତିଚାରଣ କରିଥିଲେ । ଅଲ୍‌ ଓଡିଶା ପ୍ରାଥମିକ ଶିକ୍ଷକ ସଂଘ ବ୍ଲକ ସଭାପତି ରଘୁନାଥ ପୁରୀ ଦିବଂଗତ ଶ୍ରୀ ସାହୁଙ୍କ କର୍ତବ୍ୟ ନିଷ୍ଠା, ସରଳ, ଅମାୟିକ ବ୍ୟବହାର ଉପରେ ଆଲୋକପାତ କରି ଉପସ୍ଥିତ ବିଭାଗୀୟ ଅଧିକାରୀଙ୍କୁ ସ୍ଵର୍ଗୀୟ ସାହୁଙ୍କ ପରିବାରଙ୍କୁ ସରକାରୀ ସ୍ତରରେ ଥିବା ସୁବିଧା ସୁଯୋଗ ଯୋଗାଇ ଦେବାକୁ ନିବେଦନ କରିଥିଲେ । ରତ୍ନାକର ଶତପଥୀ, ଶେଷଦେବ ସାହୁ, ଜ୍ଞାନ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲକ୍ଷ୍ମଣ ଗଡ଼ତିଆ ଓ ଉପସ୍ଥିତ ସମସ୍ତ ଗୁରୁଜୀ ମାନେ ଶୋକ ବ୍ୟକ୍ତ କରିଥିଲେ । ଭରତ ସାହୁ, ଶାନ୍ତନୁ ସରାଫ, ରୂପକ ସାହୁ, ମନୋଜ କୁମାର ସାହୁ, ପ୍ରଦୀପ ସାହୁ, ବୀର କିଶୋର ସାହୁ ପ୍ରମୁଖ ସଭା ସଂଯୋଜନା କରିଥିଲେ । ଓଷ୍ଟା ବ୍ଲକ ସଭାପତି ପ୍ରମୋଦ ନାଥ, ସମ୍ପାଦକ ପ୍ରସନ୍ନ ମେହେର ଯୋଗ ଦେଇଥିଲେ । ବିବେକା ମହାପାତ୍ର ଧନ୍ୟବାଦ ଦେଇଥିଲେ ।

jittmm
Leave A Reply

Your email address will not be published.