ପ୍ରକୃତି ଓ ପରିବେଶ ସୁରକ୍ଷା ସଂକଳ୍ପ ପତ୍ର ଲୋକାର୍ପିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଜୁଲାଇ ୨୮ ତାରିଖ ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ ପାଳନ ଅବସରରେ ସବୁଜ ଡେଲାଙ୍ଗ ଟ୍ରଷ୍ଟ ବୋଳକଣା, ଡେଲାଙ୍ଗ, ପୁରୀ ପକ୍ଷରୁ ଡେଲାଙ୍ଗ ଉପନିବନ୍ଧକ କାର୍ଯ୍ୟାଳୟ ମୋହରୀରଖାନା ପରିସରରେ ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ ପାଳିତ ହୋଇଯାଇଛି । ଉଦଘାଟକ ଭାବେ ପଂଚାୟତ ଉଚ୍ଚ ବିଦ୍ୟାଳୟ ବୋଳକଣାର ପ୍ରଧାନ ଶିକ୍ଷକ ରାଜେନ୍ଦ୍ର କୁମାର ସେନାପତି, ମୁଖ୍ୟଅତିଥି ଭାବେ ପିପିଲି ବାର ଆଇନଜୀବୀ ସଂଘର ବରିଷ୍ଠ ଆଇନଜୀବୀ ଗଙ୍ଗାଧର ପ୍ରଧାନ ଯୋଗଦେଇ ସବୁଜ ଡେଲାଙ୍ଗ ଟ୍ରଷ୍ଟର ” ପ୍ରକୃତି ଓ ପରିବେଶ ସୁରକ୍ଷା ସଙ୍କଳ୍ପପତ୍ରକୁ ଲୋକାର୍ପଣ କରିଥିଲେ । ଟ୍ରଷ୍ଟର ଅଧ୍ୟକ୍ଷ ପ୍ରକୃତିମିତ୍ର ଆଇନଜୀବୀ ହୃଷୀକେଶ ପାଢ଼ୀ ପ୍ରାରମ୍ଭିକ ସୂଚନାରେ କହିଥିଲେ – “ବିଲୁପ୍ତର ଦ୍ୱାରଦେଶରେ ଥିବା ଉଦ୍ଭିଦ ଏବଂ ପ୍ରାଣୀଜଗତକୁ ବଞ୍ଚାଇବା ହେଉଛି ଏହି ଦିବସର ମୂଳ ଲକ୍ଷ୍ୟ । ସଂପ୍ରତି ପ୍ରାକୃତିକ ସଂପଦର ଅତ୍ୟଧିକ ଶୋଷଣ ହେତୁ ବିଶ୍ୱ ତାପୟନ ବୃଦ୍ଧି, ପ୍ରାକୃତିକ ବିପର୍ଯ୍ୟୟ, ବିଭିନ୍ନ ପ୍ରକାର ରୋଗ ଆଦି ସମସ୍ୟା ବଢ଼ି ଚାଲିଛି । ସୁସ୍ଥ ପରିବେଶ ପାଇଁ ପ୍ଲାଷ୍ଟିକ ବ୍ୟବହାର ସଂପୁର୍ଣ୍ଣ ବନ୍ଦ କରିବା ନିହାତି ଜରୁରୀ । ପ୍ରାକୃତିକ ସଂପଦର ସଂରକ୍ଷଣ ଆମ ପାଇଁ ଅବଶ୍ୟମ୍ଭାବି ହୋଇପଡିଛି । ଏହାକୁ ଆମେ ସମସ୍ତେ ତଥା ଭବିଷ୍ୟତ ବଂଶଧର ଉପଲବ୍ଧି କରିବାର ସମୟ ଆସିଛି । ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ବାସୁଦେବ ଦଳାଇ, ମୋହରୀର ସୁମନ୍ତ ପରିଡା, ଶ୍ରୀନିବାସ ସାହୁ, ବାଉରୀବନ୍ଧୁ ସାହୁ, ପ୍ରକାଶ ରାଉତ, ଷ୍ଟାମ୍ପ ଭେଣ୍ଡର ରଘୁନାଥ ପ୍ରଧାନ ସ୍ୱ ସ୍ୱ ବକ୍ତବ୍ୟ ରଖିଥିଲେ ।

Leave A Reply

Your email address will not be published.