ଜୋନାଲସ୍ତରୀୟ କବାଡି, ଖୋଖୋ ଓ ଭଲିବଲ ପ୍ରତିଯୋଗିତା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଆଇସିଏସ୍‌ସି ଜୋନାଲ ସ୍ତରୀୟ କବାଡି, ଖୋଖୋ ଓ ଭଲିବଲ ପ୍ରତିଯୋଗିତା-୨୦୨୨ ସ୍ଥାନୀୟ ଜୟଶ୍ରୀ କେମିକାଲସ ଇଂଲିଶ ମିଡିୟମ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହାକୁ ଗ୍ରାସୀମ ଇଣ୍ଡଷ୍ଟ୍ରିଜର ୟୁନିଟ ହେଡ ଦିଗବିଜୟ ପାଣ୍ଡେ ଉଦ୍‌ଘାଟନ କରିଥିଲେ । ଅନ୍ୟାନ୍ୟ ଅତିଥିମାନଙ୍କ ମଧ୍ୟରେ ଫାଇନାନ୍‌ସିଆଲର ହେଡ ହରିଶଙ୍କର ଶର୍ମା, ଏଚ୍‌ଆଇହେଡ ନିରୋଜା ପଟ୍ଟନାୟକ, ସିଏସ୍‌ଆର ହେଡ୍‌ ରବୀନ୍ଦ୍ର କୁମାର ମହାନ୍ତି ଓ କର୍ମେଲ ସିନିୟର ସେକେଣ୍ଡାରୀ ପ୍ରିନ୍ସପାଲ ସିଷ୍ଟର ଡୋରଟ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଏହି ପ୍ରତିଯୋଗିତାରେ ବ୍ରହ୍ମପୁର ଜୋନର ଡିପଲ, ସେଣ୍ଟ ସେଣ୍ଟଭିନିସେଣ୍ଟ, ସେଣ୍ଟ ଜସେଫ, କର୍ମେଣ୍ଟ କନଭେଣ୍ଟ ଓ ଜୟଶ୍ରୀ କେମିକାଲସ ସ୍କୁଲର ୧୨୫ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ଏହି ପ୍ରତି ଯୋଗିତାରେ ଖୋଖୋ ବାଳିକା ବିଭାଗର ଜୟଶ୍ରୀ ଲେମିକାଲସ ଚମ୍ପିୟାନ ହୋଇଥିବା ବେଳେ କର୍ମେଣ୍ଟ କନଭେଣ୍ଟ ରନର୍ସଅପ ହୋଇଥିଲା । ଏହି ଖେଳକୁ ସ୍କୁଲର କ୍ରୀଡା ଶିକ୍ଷକ ସୁନୀଲ କୁମାର ଦାଶ, ବିନାୟକ ହୋତା, ସଞ୍ଜୟ କୁମାର ଦାଶ, ପ୍ରସାଦ କୁମାର ନାୟକ, ସନ୍ତୋଷ ବିଶୋଇ, ରଘୁନାଥ ରେଡ୍ଡୀ, ସରୋଜ ପାଢ଼ୀ, ସୋମା ଦାସ ପରିଚାଳନା କରିଥିଲେ । ସ୍କୁଲର ଅଧ୍ୟକ୍ଷା ଜୟଲକ୍ଷ୍ମୀ ମହାନ୍ତି ଏହି କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ସହିତ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ମଧ୍ୟ ସହଯୋଗ କରିଥିଲେ ।

Leave A Reply

Your email address will not be published.