ସିଡିଓ ଜ୍ୟୋତି ଶଙ୍କର ମହାପାତ୍ରଙ୍କ ଦ୍ୱାରା ୫ଟି ରୂପାନ୍ତରଣ ବିଦ୍ୟାଳୟଗୁଡିକର ସ୍ଥିତି ଅନୁଧ୍ୟାନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଜ୍ୟୋତି ଶଙ୍କର ମହାପାତ୍ର ସିଡିଓ କମ ଇଓ ଜିଲ୍ଲା ପରିଷଦ ପୁରୀ ଡେଲାଙ୍ଗ ବ୍ଲକ ପରିଦର୍ଶନରେ ଆସି ତୃତୀୟ ପର୍ଯ୍ୟାୟରେ ଅନ୍ତର୍ଭୁକ୍ତ ୫ଟି ରୂପାନ୍ତରଣ ବିଦ୍ୟାଳୟଗୁଡିକର ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହି ଉପଲକ୍ଷେ ଡେଲାଙ୍ଗ ବ୍ଲକ କାର୍ଯ୍ୟାଳୟସ୍ଥିତ ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷରେ ସୋମବାର ଏକ ବୈଠକ ଆୟୋଜିତ ହୋଇଥିଲା !ଏଥିରେ ସିଡିଓ ଶ୍ରୀ ମହାପାତ୍ରଙ୍କ ସହ ଜିଲ୍ଲା ବିଜ୍ଞାନ ସୁପରଭାଇଜର ସନ୍ତୋଷ କୁମାର ଚୌଧୁରୀ, ବିଡିଓ ଦିଲ୍ଲୀପ କୁମାର ଷଡଙ୍ଗୀ, ବ୍ଲକ ଅଧକ୍ଷ୍ୟା ବାସନ୍ତି ସାହୁ, ଉପାଧ୍ୟକ୍ଷ ଦୁର୍ବାଷା ନିଶଂକ, ବ୍ଲକ ସହାୟକ ନିର୍ବାହୀ ଯନ୍ତ୍ରୀ ରାଜେଷ୍ଵର ମହାରଣା ସମେତ ବିଭାଗୀୟ ଜେଇ ଓ ୯ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଏସ୍‌ଏମ୍‌ସିର ସଭାପତି, ସ୍ଥାନୀୟ ସରପଞ୍ଚ ଓ ସମିତିସଭ୍ୟ ଏବଂ ଗଣମାଧ୍ୟମ ପ୍ରତିନିଧି ମାନେ ଯୋଗ ଦେଇଥିଲେ । ସିଡିଓ ଶ୍ରୀ ମହାପାତ୍ର ୯ଟି ରୂପାନ୍ତର ଉଚ୍ଚ ବିଦ୍ୟାଳୟ ଗୁଡିକର ସ୍ଥିତି ସମ୍ପର୍କରେ ବୁଝିବା ସହ ରୂପାନ୍ତରଣ ପରେ ସେହି ସ୍କୁଲ ଗୁଡିକର ରକ୍ଷଣା ବେକ୍ଷଣ ଦାୟିତ୍ଵ ବିଦ୍ୟାଳୟ ପରିଚାଳନା କମିଟିର ବିଦ୍ୟାଳୟ ବିକାଶରେ ଏସ୍‌ଏମ୍‌ସି, ଆଲୁମିନା ଓ ଗ୍ରାମ ପଞ୍ଚାୟତ ଜନ ପ୍ରତିନିଧି ସହଯୋଗ ନିତ୍ୟାନ୍ତ ଆବଶ୍ୟକ ବୋଲି କହିଥିଲେ । ବିଡିଓ ଶ୍ରୀ ଷଡଙ୍ଗୀ ତୃତୀୟ ପର୍ଯ୍ୟାୟରେ ୫ଟି ଅନ୍ତର୍ଭୁକ୍ତ ଉଚ୍ଚ ବିଦ୍ୟାଳୟଗୁଡିକ ସମ୍ପର୍କରେ ସମସ୍ତ ତଥ୍ୟ ସିଡିଓ ଶ୍ରୀ ମହାପାତ୍ରଙ୍କୁ ଅବଗତ କରାଇବା ସହ ଫିଜିକାଲି ପରିଦର୍ଶନ କରିଥିଲେ । ଡେଲାଙ୍ଗ ବ୍ଲକ ଅଧୀନସ୍ଥ ୯ଟି ଉଚ୍ଚ ବିଦ୍ୟାଳୟକୁ ତୃତୀୟ ପର୍ଯ୍ୟାୟରେ ୫ଟି ବିଦ୍ୟାଳୟ ରୂପାନ୍ତରିକରଣରେ ଅନ୍‌ନ୍ତର୍ଭୂଭକ୍ତ କରାଯାଇଥିବା ହାକପଡାର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ବୋଲକଣାର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ଖଣ୍ଡିମଙ୍ଗଳପୁର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ସିଂହବରହମପୁର ଉତ୍କଳ ଗୌରବ ବିଦ୍ୟା ନିକେତନ, କଲ୍ୟାଣପୁର ଉଚ୍ଚ ବିଦ୍ୟାଳୟ, କଲ୍ୟାଣପୁର ପ୍ରଦୀପ ମହାରଥୀ ବାଳିକା ଉଚ୍ଚ ବିଦ୍ୟାଳୟ, ଗୋଡିପୁଟ ମାଟିଆପଡା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ରେଂଗଲର ବରାହୀ ଉଚ୍ଚ ବିଦ୍ୟାଳୟ, ମୂନିନ୍ଦାର କବି ପ୍ରସନ୍ନ ପାଟଶାଣୀ ଉଚ୍ଚ ବିଦ୍ୟାଳୟକୁ ୫ଟି ବିଦ୍ୟାଳୟ ରୂପାନ୍ତରୀକରଣ ଅନ୍ତର୍ଭୁକ୍ତ ଅଟେ । ଶେଷରେ ବ୍ଲକ ଉପାଧ୍ୟକ୍ଷ ଦୁର୍ବାଷା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.