ସିବିଆଇ ଜାଲରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ

  • ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୩ ଜଣଙ୍କ ନାଁରେ ମାମଲା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସିବିଆଇ ଜାଲରେ ବ୍ରହ୍ମପୁର ଗୋପାଲପୁର ମିଲିଟାରି ଇଂଜିନିୟରିଂ ସର୍ଭିସର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ସମେତ ୩ ଜଣଙ୍କ ନାଁରେ ମାମଲା ରୁଜୁ କଲା ସିବିଆଇ । ସୂଚନାନୁଯାୟୀ, ବ୍ରହ୍ମପୁର ଗୋପାଲପୁର ମିଲିଟାରି ଇଂଜିନିୟରିଂ ସର୍ଭିସର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ବାପା ଏବଂ ଅନ୍ୟ ଜଣେ ବ୍ୟକ୍ତି ୯୫ ଲକ୍ଷ ୮୯ ହଜାର ଟଙ୍କା ନେଇ ଯାଉଥିବା ବେଳେ କୋଟା ରେଲୱେ ଷ୍ଟେସନରେ ଉଭୟଙ୍କୁ ଧରିଥିଲା ଜିଆର୍‌ପି । ଏହି ଟଙ୍କା ଇଇ(ଏମ୍‌ଇଏସ୍‌) ଗୋପାଲପୁର ବନ୍ଦରର ବୋଲି ଅନୁସନ୍ଧାନରୁ ଜଣାପଡିଥିଲା । ନିଜ ଚାକିରି କାଳରେ ଅର୍ଥାତ୍ ୨୦୧୨ ମାର୍ଚ୍ଚ ୨୦ରୁ ୨୦୨୨ ଫେବୃଆରୀ ୧୭ ପର୍ଯ୍ୟନ୍ତ ଯନ୍ତ୍ରୀ ଜଣଙ୍କ ପାଖାପାଖି ୧ କୋଟି ୩୭ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ଅସ୍ଥାବର ସମ୍ପତ୍ତି ଜମା କରିଛନ୍ତି । ଯାହାକି ତାଙ୍କ ଆୟରୁ ପ୍ରାୟ ୧୩୪.୨୭ ପ୍ରତିଶତ ଅଧିକ । ସମ୍ପୃକ୍ତ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ୩ଟି ସ୍ଥାନରେ ରେଡ୍ କରାଯାଇ ଅନେକ ଡକ୍ୟୁମେଣ୍ଟ ହାସଲ କରିଛି ସିବିଆଇ ।

Leave A Reply

Your email address will not be published.