ମୁମ୍ବାଇ : ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇ ନାହିଁ, କିନ୍ତୁ ମହାରାଷ୍ଟ୍ର ବିଜେପି ବିଜୟ ଉତ୍ସବ ପାଳନ କରିବା ଆରମ୍ଭ କରିଦେଇଛି । ଏହି ଉତ୍ସବରେ ବିଜେପି ରାଜ୍ୟ ସଭାପତି ଚନ୍ଦ୍ରକାନ୍ତ ପାଟିଲ ଏବଂ ବହୁ ବିଜେପି ରାଜ୍ୟ ନେତା ଯୋଗ ଦେଇଛନ୍ତି । ଏଥି ସହ ଦିଲ୍ଲୀର ବିଜେପି କାର୍ଯ୍ୟାଳୟରେ ଉତ୍ସବ ଆରମ୍ଭ ହୋଇଛି, ଡ୍ରାମ ବାଜାରେ ଉଛୁଳି ପଡ଼ୁଛି ଅଂଚଳ ।
ଦେଶ ଜଣେ ନୂତନ ରାଷ୍ଟ୍ରପତି ପାଇବାକୁ ଯାଉଛି । ପ୍ରତିଭା ପାଟିଲଙ୍କ ପରେ ଦେଶ ଦ୍ୱିତୀୟ ମହିଳା ରାଷ୍ଟ୍ରପତିଙ୍କୁ ପାଇବାକୁ ଯାଉଛି । ବର୍ତ୍ତମାନ ରାଷ୍ଟ୍ରପତି ନିର୍ବାଚନର ଭୋଟ୍ ଗଣନା ଚାଲିଛି । ଦ୍ରୌପଦୀ ମୁର୍ମୁଙ୍କ ବିଜୟ ନିଶ୍ଚିତ, କେବଳ ଆନୁଷ୍ଠାନିକ ଘୋଷଣାକୁ ଅପେକ୍ଷା ରହିଛି । ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିରୋଧୀଙ୍କୁ ଏକ ବଡ଼ ଧର୍ମ ସଙ୍କଟରେ ପକାଇ ଦେଇଥିବା ଆଲୋଚନା ହେଉଛି । ଯଦି ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତିଙ୍କୁ ବିରୋଧ କରନ୍ତି, ତେବେ ଅସୁବିଧା ଅଛି ଏବଂ ଯଦି ଏହାକୁ ସମର୍ଥନ କରନ୍ତି, ତେବେ ବି ଅସୁବିଧା ରହିଛି । ଏଭଳି ସ୍ଥିତିରେ ଏକ ପ୍ରକାର ବିରୋଧୀଙ୍କୁ ଦ୍ୱନ୍ଦ୍ୱରେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।