csstore

ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ଆଶୁ ଆରୋଗ୍ୟ କାମନା କଲେ ପୂର୍ବତନ ବିଧାୟକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତ ୧୫ ତାରିଖ ଦିନ ପାଇକମାଲ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଲତାଫ ମହମ୍ମଦ ଏକ ସ୍କୁଟିରେ ନିଜ ଗାଁ ଡୁଙ୍ଗୁରିପାଲିରୁ ପାଇକମାଲ ଯାଉଥିବା ବେଳେ ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ହେବାରୁ ପାଇକମାଲ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ହେବାପରେ ତାଙ୍‌ଙ୍କୁ ଛତିଶଗଡର ରାୟପୁରର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ୪ ଦିନ ଧରି ରାୟପୁରରେ ଚିକିତ୍ସିତ ହୋଇ ବ୍ଲକ ଅଧ୍ୟକ୍ଷ ଅଲତାଫ ଡାକ୍ତରଙ୍କ ପରାମର୍ଶ କ୍ରମେ ଏବେ ଡୁଙ୍ଗୁରିପାଲି ସ୍ଥିତ ନିଜ ବାସଭବନରେ ବିଶ୍ରାମରେ ଅଛନ୍ତି । ଗତକାଲି ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଡୁଙ୍ଗୁରିପାଲି ଗ୍ରାମର ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଲତାଫ ମହମ୍ମଦଙ୍କ ଘରକୁ ଯାଇ ତାଙ୍କ ସ୍ବାସ୍ଥ୍ୟବସ୍ଥା ବୁଝିବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ ।

jayashree
Leave A Reply

Your email address will not be published.