ବନକଲାଗି ନୀତି ନିମନ୍ତେ ଆଜି ୫ ଘଣ୍ଟା ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଶ୍ରାବଣ କୃଷ୍ଣ ସପ୍ତମୀ ତିଥିରେ ବୁଧବାର ଶ୍ରୀମନ୍ଦିର ରତ୍ନ ସିଂହାସନରେ ଦାରୁବ୍ରହ୍ମଙ୍କ ବନକଲାଗି(ଶ୍ରୀମୁଖ ସିଂହାର) ଅନୁଷ୍ଠିତ ହେବ । ଏଥିପାଇଁ ଅପରାହ୍ନ ପ୍ରାୟ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଦ୍ୱିତୀୟ ଭୋଗମଣ୍ଡପ ପରେ ଜୟବିଜୟ ଦ୍ୱାର ଭିତରୁ ବନ୍ଦ କରାଯିବ । ଦତ୍ତମହାପାତ୍ର ସେବକ ରତ୍ନ ସିଂହାସନକୁ ଯାଇ ବିଭିନ୍ନ ପ୍ରାକୃତିକ ରଙ୍ଗରେ ମହାପ୍ରଭୁ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ ଏବଂ ଦେବୀ ସୁଭଦ୍ରାଙ୍କ ଶ୍ରୀମୁଖ ସିଂହାର କରିବେ । ବନକଲାଗି ଶେଷ ପରେ ମହାପ୍ରଭୁଙ୍କୁ ମହାସ୍ନାନ କରାଯିବ । ଏହାପରେ ବେଶ, ସନ୍ଧ୍ୟା ଆଳତି, ସନ୍ଧ୍ୟା ଧୂପ, ଚନ୍ଦନଲାଗି, ବଡ଼ସିଂହାର ବେଶ, ବଡ଼ସିଂହାର ଭୋଗ ଏବଂ ରାତ୍ର ପହୁଡ଼ ଅନୁଷ୍ଠିତ ହେବ ।

Leave A Reply

Your email address will not be published.