ପଞ୍ଚାୟତ ବିଦ୍ୟୁତ ବିଲ୍ ସଂଶୋଧନ ଶିବିର

ପାଟଣା : ପାନୀୟ ଜଳ ପ୍ରକଳ୍ପ ଓ ରାସ୍ତା କଡ଼ ଗ୍ରାମ୍ୟ ଆଲୋକ ବ୍ୟବସ୍ଥା ପାଇଁ ପାଟଣା ବ୍ଲକର ବିଭିନ୍ନ ପଞ୍ଚାୟତରେ ବିଦ୍ୟୁତ ବିଲ୍‌ରେ ତୃଟି ଥିବା ବେଳେ ଏସବୁର ସଂଶୋଧନ କରିବା ପାଇଁ ପାଟଣା ବ୍ଲକ ସଭାଗୃହରେ ବିଦ୍ୟୁତ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଶିବିର ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ପଞ୍ଚାୟତରୁ କେତେକ ସରପଞ୍ଚ, ନିର୍ବାହି ଅଧିକାରୀ ଓ ଗ୍ରାମ ରୋଜଗାର ସେବକମାନେ ନିଜ ନିଜ ପଞ୍ଚାୟତକୁ ମିଳିଥିବା ବିଦ୍ୟୁତ ବିଲ୍‌ ନେଇ ଏହି ଶିବିରରେ ସଂଶୋଧନ କରାଇଛନ୍ତି । ଟାଟା ପାୱାର ତୁରୁମୁଙ୍ଗା ଉପଖଣ୍ଡ ଅଧିକାରୀ ଚିରଞ୍ଜିତ ସାହୁ, ପାଟଣା କନିଷ୍ଠ ଯନ୍ତ୍ରୀ ପଦ୍ମକିଶୋର ଜେନା, କେନ୍ଦୁଝର ମଣ୍ଡଳ ବ୍ୟବସାୟୀକ ମୁଖ୍ୟ ଆଶିଷ ଜେନା, ସହାୟକ କାହ୍ନୁ ଚରଣ ସାମନ୍ତ ପ୍ରମୁଖ ଶିବିରରେ ସାମିଲ ଥିଲେ ।

Leave A Reply

Your email address will not be published.