୧୦୦ ପ୍ରତିଶତ ପାଠ୍ୟକ୍ରମକୁ ନେଇ ହେବ ଯୁକ୍ତ ୨ ପରୀକ୍ଷା

ଭୁବନେଶ୍ୱର, (କେପିଏନ୍‌ଏସ) : ଚଳିତ ଶିକ୍ଷାବର୍ଷ ୨୦୨୨-୨୩ରୁ ୧୦୦ ପ୍ରତିଶତ ପାଠ୍ୟକ୍ରମକୁ ନେଇ ଯୁକ୍ତ ୨ ପାଠପଢ଼ା ଓ ପରୀକ୍ଷା କରାଯିବ । ଏନେଇ ମଙ୍ଗଳବାର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୨୦୨୩ରେ ପରୀକ୍ଷା ଦେବାକୁ ଥିବା ପିଲାମାନେ ୧୦୦ ପ୍ରତିଶତ ସିଲାବସ୍‌ ପଢ଼ିବେ । ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ଉପରେ ଏହା ସମ୍ପୂର୍ଣ୍ଣ ଲାଗୁ ହେବ । ତେବେ ୨୦୨୨ରେ ଫେଲ୍‌ ପିଲା ପୁରୁଣା ସିଲାବସ୍‌ରେ ଆସନ୍ତା ବର୍ଷ ପରୀକ୍ଷା ଦେବେ । ଏଥିସହ ଆଗକୁ ମଧ୍ୟ ଛାତ୍ରୀଛାତ୍ରମାନେ ପୂରା ସିଲାବସ୍‌ ଉପରେ ପାଠପଢ଼ି ପରୀକ୍ଷା ଦେବେ । ସୂଚନାଯୋଗ୍ୟ, କରୋନା ପାଇଁ ଗତ ଶିକ୍ଷାବର୍ଷରେ ୩୦ପ୍ରତିଶତ ପାଠ୍ୟକ୍ରମ ହ୍ରାସ କରାଯାଇଥିଲା ।

Leave A Reply

Your email address will not be published.