pr

କନ୍ଧପାଲି ବନ୍ଧକୁ ପରିଦର୍ଶନ କଲେ ପୌରାଧ୍ୟକ୍ଷା ଲିକା ସାହୁ

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌରାଞ୍ଚଳ ଅନ୍ତର୍ଗତ ୱାର୍ଡ ନମ୍ବର ୨ର କାଉନସିଲର ସରିତା ଦାଶ ଓ ମହିଳାମାନଙ୍କ ଅନୁରୋଧ କ୍ରମେ ଗତକାଲି କନ୍ଧପାଲି ବନ୍ଧ ପରିଦର୍ଶନ କରିଛନ୍ତି ବଲାଙ୍ଗିର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ । ଏହି ବନ୍ଧ ପଦ୍ମ ପତ୍ରରେ ଭର୍ତ୍ତି ହୋଇଥିବା ବେଳେ ସ୍ଥାନୀୟ ପଡାମାନଙ୍କର ଡ୍ରେନ୍‌ ବ୍ୟବସ୍ଥା ନଥିବା ଯୋଗୁଁ ସବୁ ଡ୍ରେନ୍‌ ପାଣି ବନ୍ଧ ଭିତରକୁ ପ୍ରବେଶ କରୁଛି ବୋଲି ସ୍ଥାନୀୟ ଲୋକେ ପୌରାଧ୍ୟକ୍ଷା ଶ୍ରୀମତୀ ସାହୁଙ୍କୁ ଅଭିଯୋଗ କରିଥିବା ବେଳେ ଏହି ବନ୍ଧର ଯାହା ସବୁ ସମସ୍ୟା ରହିଛି ତାହା ଅତିଶୀଘ୍ର ପୂରଣ କରାଯିବ ବୋଲି ଶ୍ରୀମତୀ ସାହୁ ପ୍ରତିଶ୍ରୁତି ଦେଇଥିଲେ ।

nrusinghnath
Leave A Reply

Your email address will not be published.