jsm

କନ୍ଧମାଳରେ ଏସ୍‌ଓଜି ଓ ଡ଼ିଭିଏଫ୍‌ ଯବାନଙ୍କ ମିଳିତ କୁମ୍ବିଙ୍ଗ ଅପରେସନ : ବହୁ ମାଓ ସାମଗ୍ରୀ ଜବତ

csstore

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଏସ୍‌ପି ଭିନୀତ ଅଗ୍ରୱାଲଙ୍କ ନିର୍ଦ୍ଦେଶ କ୍ରମେ ଏସ୍‌ଓଜି ଏବଂ ଡ଼ିଭିଏଫ୍‌ ଯବାନମାନେ ସୋମବାର ବାଲିଗୁଡା ଥାନା ଅନ୍ତର୍ଗତ ତିଲକୀ ଗ୍ରାମ ନିକଟ ଜଙ୍ଗଲରେ କୁମ୍ବିଙ୍ଗ ଅପରେସନ କରିବା ସହ ମାଓବାଦୀ କ୍ୟାମ୍ପ ଉପରେ ମଧ୍ୟ ଚଢ଼ାଉ କରି ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଥିବା ନେଇ ଆଜି କନ୍ଧମାଳ ଏସ୍‌ପି ଭିନୀତ ଅଗ୍ରୱାଲ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଜବତ ସାମଗ୍ରୀ ମଧ୍ୟରେ ରହିଛି ମେଡିସିନ, ବିଦ୍ୟୁତ ତାର, ଜଗ, କୁରାଢ଼ୀ, ଚଷମା, ଟର୍ଚ୍ଚ, ଦଉଡି, ଛତା, ଷ୍ଟିଲ ପ୍ଲେଟ, ଟିଫିନ ବକ୍ସ, ୱାଟର ବୋଟଲ, ଷ୍ଟିଲ ମଗ, ଆଦି ଅନେକ ଜିନିଷ ପତ୍ର ସମେତ କିଛି ଖାଦ୍ୟ ସାମଗ୍ରୀ ମାନ ଥିବା ଏସ୍‌ପି ଵିନୀତ ଅଗ୍ରୱାଲ କହିଛନ୍ତି । ସୂଚନା ଯୋଗ୍ୟ ଯେ, ଗତ ମେ ମାସ ୨୨ରେ ଛତିଶଗଡ଼ ବିଜେପୁର ଜିଲ୍ଲା ଅନ୍ତର୍ଗତ ଵାସାଗୁଡା ଥାନା ଅନ୍ତର୍ଗତ ଡ଼ାଲା ଗ୍ରାମର ଅଶୋକ ପୁନେ ନାମକ ଜଣେ ହାର୍ଡକୋର ମାଓବାଦୀ ଓ ଏରିଆ କମିଟି ସଦସ୍ୟ ଏସ୍‌ପି ଭିନୀତ ଅଗ୍ରୱାଲଙ୍କ ନିକଟରେ ଆତ୍ମସମର୍ପଣ କରିଥିଲା । କନ୍ଧମାଳ ଏସ୍‌ପି ବିନୀତ ଅଗ୍ରୱାଲଙ୍କ ରଣ କୌଶଳ, ଲଗାତାର କୁମ୍ବିଙ୍ଗ ଅପରେସନ ଯୋଗୁଁ ଜିଲ୍ଲାରେ ମାଓ ସଂଗଠନ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଥିବା ଜଣାପଡିଛି ।

yuvodaya
Leave A Reply

Your email address will not be published.