ଡେଲାଙ୍ଗ ବ୍ଲକ ମାଟ୍ରିକ ଟପ୍ପର ଆଦିତ୍ୟଙ୍କୁ ସମ୍ବର୍ଦ୍ଧନା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସଦ୍ୟ ପ୍ରକାଶିତ ମାଟ୍ରିକ ପରୀକ୍ଷାରେ ଡେଲାଙ୍ଗ ବ୍ଲକରେ ଟପ୍ପର ହୋଇଥିବା ଘନିପୂର ଗ୍ରାମ ତଥା ରାଧାମୋହନ ଦେବ ଉଚ୍ଚ ବିଦ୍ୟାପୀଠର ଛାତ୍ର ଆଦିତ୍ୟ କୁମାର ନାୟକ ଓ ପରିବାରଙ୍କୁ ଘନିପୂର ପଞ୍ଚାୟତ ପାଠାଗାରଠାରେ ସମ୍ବର୍ଦ୍ଧନା ଦିଆଯାଇଥିଲା । ସମାଜସେବୀ ଶଶିଶେଖର ରାୟଙ୍କ ସହ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ପ୍ରକାଶ ଚନ୍ଦ୍ର ପାତ୍ର, ସମିତି ସଭ୍ୟଙ୍କ ପ୍ରତିନିଧି ରାଜକିଶୋର ବେହେରା ଓ ଘନିପୂର ସେବା ସମବାୟ ସଭାପତି କମଳିନୀ ରାୟ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଆଦିତ୍ୟ ଓ ତାଙ୍କ ପିତାମାତାଙ୍କୁ ଫୁଲତୋଡ଼ା ଓ ପୁରସ୍କାର ଦେଇ ସମ୍ବର୍ଦ୍ଧିତ କରିଥିଲେ ।

Leave A Reply

Your email address will not be published.