୧୮ରୁ ୫୯ ବର୍ଷର ବ୍ୟକ୍ତିଙ୍କୁ ମାଗଣାରେ ବୁଷ୍ଟର ଡୋଜ ଟୀକା ପ୍ରଦାନ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଦେଶରେ କରୋନା ସଂକ୍ରମଣ ପୁନଶ୍ଚ ବୃଦ୍ଧି ପାଉଥିବାରୁ ଅଦ୍ୟ ତା୧୫/୦୭/୨୨ଠାରୁ ୭୫ ଦିନିଆଁ ସ୍ୱତନ୍ତ୍ର ଅଭିଯାନରେ ଜିଲ୍ଲାର ସମସ୍ତ ସରକାରୀ ଟୀକାକରଣ କେନ୍ଦ୍ର ଗୁଡିକରେ ୧୮ରୁ ୫୯ ବର୍ଷର ବ୍ୟକ୍ତିଙ୍କୁ ମାଗଣାରେ କୋଭିଡ-୧୯ ବୁଷ୍ଟର ଡୋଜ ଟୀକା ପ୍ରଦାନ କରାଯିବ । ଏହି ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ଟୀକାକରଣ କେନ୍ଦ୍ରଠାରେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସୂର୍ଯ୍ୟନାରାୟଣ ଦାଶ ଏହି ମାଗଣା ବୁଷ୍ଟର ଡୋଜ ଟୀକା ପ୍ରଦାନ ଅଭିଯାନର ଶୁଭାରମ୍ଭ କରିଛନ୍ତି । ଶୁଭାରମ୍ଭ କାର୍ଯ୍ୟକ୍ରମ ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼. ବିଶ୍ୱ ରଞ୍ଜନ ପତି, ଡିଏମଓ ତଥା ସୁପରିଟେଣ୍ଡେଣ୍ଟ ଡ଼. ପ୍ରଦୀପ କୁମାର ଗୁରୁ, ଡିପିଏମ ବିଶ୍ୱମ୍ବର ବେହେରା, ଏମପିଏଚଏସ ପ୍ରମୋଦ କୁମାର ସାହୁ, ଡ଼ିଏଲଭିଏମ- ଏନଏଚଏମ ସନ୍ତୋଷ କୁମାର ସାହୁ, ଆଇସିଏ ସଞ୍ଜୟ କୁମାର ପଣ୍ଡା ତଥା ଅନ୍ୟାନ୍ୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.