ଅଖିଳ ଭାରତୀୟ ସାହିତ୍ୟ ପରିଷଦ ବଲାଙ୍ଗିର ଶାଖା ପକ୍ଷରୁ ଆଲୋଚନାଚକ୍ର

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ ବଲାଙ୍ଗିର ଶାଖା ପକ୍ଷରୁ ଗୁରୁ ପୂର୍ଣ୍ଣିମା ଉପଲକ୍ଷେ ଏକ ଆଭାସୀ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଶାଖାର ସଭାପତି ନାଟ୍ୟ ଭୂଷଣ ଜଗଦାନନ୍ଦ ଛୁରିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ‘ଗୁରୁ ଗୋବିନ୍ଦାୟ ନମଃ’ ବିଷୟ ଉପରେ ଆଲୋଚିକା ଭାବେ ଶିଶୁ ସାହିତ୍ୟିକା ତଥା ଶାଖାର ସହ ସମ୍ପାଦିକା ସୁଶ୍ରୀ ସବିତା ଭୋଇ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ସଂଯୋଜକ ବିରଂଚି ନାରାୟଣ ଦାଶଙ୍କ ସଂଯୋଜନାରେ ପରିଚାଳିତ ସଭାରେ ସର୍ବ ପ୍ରଥମେ ବଲାଙ୍ଗିର ଶାଖାର ବରିଷ୍ଠ ସଭ୍ୟ ରାମଚନ୍ଦ୍ର ପଟେଲଙ୍କ ॐ କାର ଧ୍ୱନି ଇଚ୍ଚାରଣରେ ସଭା ଆରମ୍ଭ ହୋଇଥିଲା । ତାପରେ ସଭ୍ୟା ସୁଶ୍ରୀ ସଞ୍ଜୁକ୍ତା ପରିଚ୍ଛା ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ରାଜ୍ୟ ସଂଗଠନ ସମ୍ପାଦକ ନାରାୟଣ ନାୟକ, ସନ୍ତୋଷ କୁମାର ମହାପାତ୍ର, ଡ.ସୂର୍ଯ୍ୟ ନାରାୟଣ ପଣ୍ଡା ନିଜ ନିଜର ମତବ୍ୟକ୍ତ କରିଥିଲେ । ପରିଶେଷରେ ଶାଖାର ସମ୍ପାଦକ ଧର୍ମବ୍ରତ ରଥ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସତ୍ୟାନନ୍ଦ ବିଶ୍ୱାଳ, ଡ.ଅଶୋକ ସେଠୀ, କସ୍ତୁରୀ ରଥ, ସୁରୁଚୀ ମିଶ୍ର, ହେମନ୍ତ ମୁଣ୍ଡ, ସଞ୍ଜୁକ୍ତା ପାଣିଗ୍ରାହୀ, ଶାନ୍ତି ମେହେର, ପ୍ରତିମା ମେହେର, ପ୍ରେମଲତା ଦାଶ, ରଙ୍କମଣି ବାରିକ, ମମତା ପାତ୍ର, ଗୁଣନିଧି ନାଏକ, ମୁରଲୀଧର ଶିକା, ଅଞ୍ଜଳି ପଟ୍ଟନାୟକ ଆଦି ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.