lika

୧୮ ଜୁଲାଇରେ ୧୨ ଘଣ୍ଟିଆ ଗାଇସିଲେଟ ବ୍ଲକକୁ ସମ୍ପୂର୍ଣ୍ଣ ଅଚଳ କରିବେ ଚାଷୀ ସଂଗଠନ

gbag

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍‌ ବୋଡାସମ୍ବର କୃଷକ ସଂଗଠନ ଗାଇସିଲେଟ ବ୍ଲକର ସଭାପତି ଅରବିନ୍ଦ ଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ଫସଲ ବୀମା ବିଭ୍ରାଟକୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗତ ୨୦୨୧ ଖରିଫ ଋତୁରେ ଭୟଙ୍କର ମରୁଡି ସତ୍ୱେ ଏଚ୍‌ଡିଏଫ୍‌ସି ଏଗ୍ରୋ କମ୍ପାନୀ ଆଜି ପର୍ଯ୍ୟନ୍ତ ବୀମା କ୍ଷତି ପୂରଣ ଦେଇନାହିଁ । ଖରିଫ ୨୦୨୧ର ଫସଲ ବୀମା କ୍ଷତି ଅପୂରଣ ଓ ମରୁଡି ସହାୟତା ରାଶି ପ୍ରଦାନ ଦାବୀ ନେଇ ବାରମ୍ବାର ଆନ୍ଦୋଳନ ତାଲାବନ୍ଦ କରି ସାରିଥିଲେ ମଧ୍ୟ କମ୍ପାନୀ, ପ୍ରଶାସନ ଓ ଉଭୟ ସରକାର ନିରବ ଦ୍ରଷ୍ଟା ସାଜିଛନ୍ତି । ତେଣୁ ଆସନ୍ତା ଜୁଲାଇ ୧୮ ତାରିଖ ରାଜ୍‌ ବୋଡାସମ୍ବର କୃଷକ ସଙ୍ଗଠନ ପଦ୍ମପୁର ଉପଖଣ୍ଡ ଦେଇଥିବା ବନ୍ଦ ଡାକରାକୁ ଗାଇସିଲେଟ ବ୍ଲକର ସମସ୍ତ ସଂଗଠନ, ରାଜନୈତିକ ଦଳର କର୍ମକର୍ତ୍ତା ସମ୍ପୂର୍ଣ୍ଣ ସହଯୋଗ କରିବା ସହିତ ଏହି ବନ୍ଦ ଡାକରାରେ ସାମିଲ ହେବା ପାଇଁ ସହମତି ପ୍ରକାଶ କରିଥିଲେ । ସହିଦ ଛକଠାରୁ ଏକ ରାଲି ବାହାରି ଗାଇସିଲେଟ ବ୍ଲକର ସମସ୍ତ ସରକାରୀ କାର୍ଯ୍ୟାଳୟ, ଗାଁରୁ ବ୍ଲକର ସମସ୍ତ ରାସ୍ତା ଘାଟ, ସମସ୍ତ ରାଜରାସ୍ତା ଓ ଦୋକାନ ବଜାରକୁ ୧୨ ଘଣ୍ଟିଆ ବନ୍ଦ କରିବା ପାଇଁ ନିଷ୍ପତ୍ତି ହୋଇଥିଲା ଏବଂ ଏକ କୋର କମିଟି ଗଠନ କରାଯାଇଥିଲା । ଏହି କମିଟିରେ ଆବାହକ ଅରବିନ୍ଦ ପଣ୍ଡା, ବ୍ଲକ ଅଧ୍ୟକ୍ଷ ପ୍ରଣୟ କୁମାର ସାହୁ, ବିଜେପି ବ୍ଲକ ସଭାପତି ପ୍ରବୀଣ କୁମାର ପାଣିଗ୍ରାହୀ, ଜିଲ୍ଲା ପରିଷଦ ସଭ୍ୟ ନୀଳମଣି ବରିହା, ସରୋଜ ସାହୁ, ଚୈତନ୍ୟ ସାହୁ, ସରପଞ୍ଚ ସଂଘର ସଭାନେତ୍ରୀ ଜୟନ୍ତୀ ସାହୁ, ବିରେନ୍ଦ୍ର ପଧାନ, ଇନ୍ଦ୍ରମଣି ପଧାନ, ଘନଶ୍ୟାମ ପାତ୍ର, ମୋହନ ସିଂ ବରିହା, ଆନନ୍ଦ ପଧାନ, ସମାରୁ ସାହୁଙ୍କୁ ସଭ୍ୟ ଭାବେ ମନୋନିତ କରାଗଲା । ଏହି ବୈଠକରେ ଦୁର୍ଗା ପ୍ରସାଦ ତ୍ରିବେଦୀ, ସମ୍ପାଦକ ଗଜପତି ସାହୁ, ରବି ସାହୁ, ଗୁପ୍ତେଶ୍ଵର ସାହୁ, ସୁମନ୍ତ ସାହୁ, ମହେଶ ଦାଶ୍, ମନୋଜ ପଣ୍ଡା, ବଣିକ ସଂଘ, ଓକିଲ ସଂଘ, ନାଗରିକ କମିଟି ଓ ଅନ୍ୟାନ୍ୟ ସମସ୍ତ ସଂଗଠନର କର୍ମକର୍ତ୍ତା ତଥା ଚାଷୀମାନେ ସାମିଲ ହୋଇଥିଲେ ।

sandip
Leave A Reply

Your email address will not be published.