ଆସନ୍ତା କାଲିଠାରୁ ଆରମ୍ଭ ହେବ ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ : ୩୦ରେ ପାରିତ ହେବ ବ୍ୟୟମଞ୍ଜୁରି ବିଲ୍

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆସନ୍ତା କାଲି ଆରମ୍ଭ ହେବ ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ । ଆସନ୍ତା କାଲି ଗୃହରେ ୧୦ ଟି ଷ୍ଟାଣ୍ଡିଂ କମିଟି ରିପୋର୍ଟ ଉପସ୍ଥାପିତ ହେବ । ୧୪-୨୯ ତାରିଖ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବୀ ଉପରେ ଆଲୋଚନା ହେବ । ଯେଉଁ ବିଭାଗ ଗୃହରେ ଆଲୋଚନା ହୋଇନପାରିବ ୨୯ ତାରିଖରେ ଗିଲୋଟିନରେ ପାରିତ ହେବ । ୩୦ ତାରିଖରେ ବ୍ୟୟମଞ୍ଜୁରି ବିଲ ପାରିତ ହେବ । ଗୃହ କାର୍ଯ୍ୟ ଶୃଙ୍ଖଳିତ ଭାବେ ଚଳାଇବାକୁ ଅନୁରୋଧ କରିଛନ୍ତି ବାଚସ୍ପତି । ପ୍ରଥମ ପର୍ଯ୍ୟାୟରେ କେବଳ ଗୋଟେ ଦିନ ପ୍ରଶ୍ନକାଳ ପ୍ରଭାବିତ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ କିପରି ପ୍ରଶ୍ନକାଳ ଶୃଙ୍ଖଳିତ ହେବ ସେ ନେଇ ପ୍ରୟାସ କରାଯିବ ବୋଲି ବାଚସ୍ପତି କହିଛନ୍ତି । ସରକାରୀ ଦଳ ମୁଖ୍ୟ ସଚେତକ କହିଛନ୍ତି ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନର ମୁଖ୍ୟ ପର୍ଯ୍ୟାୟ । ବିଭାଗୱାରୀ ଖର୍ଚ୍ଚଦାବୀ ଆଲୋଚନା ହେବ । ଯାହା କାର୍ଯ୍ୟକ୍ରମ ଧାର୍ଯ୍ୟ ହୋଇଛି ସେହି ଅନୁସାରେ ସମସ୍ତ କାର୍ଯ୍ୟକ୍ରମ ଚାଲିବ । ବିରୋଧୀ ଦଳ ଯେଉଁ ପ୍ରସଙ୍ଗ ଉଠାଇବେ ସରକାର ଆଲୋଚନା ପାଇଁ ପ୍ରସ୍ତୁତ ରହିଛି । ବିରୋଧୀ ଦଳ ମୁଲତବୀ ପ୍ରସ୍ତାବ ଆକାରରେ ଆଣିଲେ ଆଲୋଚନା କରାଯିବ ବୋଲି ସରକାରୀ ମୁଖ୍ୟ ସଚେତକ କହିଛନ୍ତି ।

Leave A Reply

Your email address will not be published.