ପ୍ରାଥମିକ କୃଷି ସମବାୟ ସମିତି ଲିଃ ଚୂଡାପାଲିର ନିର୍ବାଚନ ଶେଷ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପ୍ରାଥମିକ କୃଷି ସମବାୟ ସମିତିର ପରିଚାଳନା ପରିଷଦର ନିର୍ବାଚନ ଶେଷ ହୋଇଛି । ଏଥିରେ ପରିଚାଳନା ପରିଷଦର ସମସ୍ତେ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ସଭାପତି ଭାବେ ବିଜୟ କୁମାର ନାହାକ, ଉପସଭାପତି ନମିତା ନନ୍ଦ ଓ ନିର୍ଦ୍ଦେଶକ ଭାବରେ ଖଗେଶ୍ୱର ପଟେଲ, ଲମ୍ବୋଦର ପଟେଲ, ଲୋକନାଥ କୁମୁରା, କେଦାର ଚନ୍ଦ୍ର ମହାପାତ୍ର, ପଙ୍କଜ କୁମାର ମାଲ, ଭାଗୀରଥୀ ଘିବେଲା, ପବିତ୍ର ମୋହନ କୁମୁରା, ସଂଜୀବ କୁମାର ଭୋଇ, ଲଛମନ ମହାକୁର, ଲମ୍ବୋଦର କୁମୁରା, କୈବର୍ତ ଧରୁଆ ଓ ରାଜୀବ ପୁଟା ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ନିର୍ବାଚନ ଅଧିକାରୀ ଭାବେ ରୁଦ୍ର ପ୍ରସାଦ ସିଂ ବାବୁ, ଦାୟିତ୍ୱ ନିର୍ବାହ କରିଥିଲେ । ନିର୍ବାଚନ ପରିଚାଳନାରେ ସମିତିର ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ମୁଦୁଲି ଓ ଡାଟା ଏଣ୍ଟ୍ରି ଅପରେଟର କୁନା ଜେନା ଦାୟିତ୍ୱ ନିର୍ବାହ କରିଥିଲେ ।

Leave A Reply

Your email address will not be published.