ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ଥାନା ଅନ୍ତର୍ଗତ ଲେମ୍ବୂଆପଡା ଗ୍ରାମର ଏକ କୁକୁଡ଼ା ଫାର୍ମରୁ ଏକ ଝୁଲନ୍ତା ଶବ ଉଦ୍ଧାର କରାଯାଇଛି । ମୃତ ଯୁବକ ଜଣକ କାକୁଡିଆ ଗ୍ରାମର ପ୍ରଶାନ୍ତ ବେହେରା(୩୨) ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ ସବୁଦିନ ପରି ପ୍ରଶାନ୍ତ ରବିବାର ରାତିରେ ପରିବାର ସହିତ ଭୋଜନପରେ ନିଜର କୁକୁଡ଼ା ଫାର୍ମକୁ ଶୋଇବାକୁ ଯାଇଥିଲେ । ସୋମବାର ସକାଳୁ ସେ ଘରକୁ ନ ଫେରିବାରୁ ଫାର୍ମକୁ ପରିବାର ଲୋକେ ଯାଇ ଏକ ଆଜବେସ୍ଟସ ଘରେ ପ୍ରଶାନ୍ତର ଝୁଲନ୍ତା ଶବ ଦେଖିବାକୁ ପାଇଥିଲେ । ଏହା ଦେଖି ତାଙ୍କ ବାପା ତ୍ରିନାଥ ବେହେରା ତୁରନ୍ତ ଡେଲାଙ୍ଗ ଥାନାରେ ଅଭିଯୋଗ କରିଥିଲେ । ଘଟଣା ସ୍ଥଳରେ ହରିରାଜପୂର ଫାଣ୍ଡି ଅଧିକାରୀ ଗଦାଧର ନାୟକ ପହଞ୍ଚି ଶବ ଜବତ କରିବା ସହ ଶବ ବ୍ୟବଚ୍ଛେଦ ନିମନ୍ତେ ପୁରୀ ପଠାଇଛନ୍ତି । ଏନେଇ ପୋଲିସ ୭/୨୨ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି ।

Leave A Reply

Your email address will not be published.