jsm

ଗୋ ସୁରକ୍ଷା ଦାତବ୍ୟ ନ୍ୟାସର ଦ୍ଵିତୀୟ ଆଶ୍ରୟସ୍ଥଳୀ ଉଦ୍‌ଘାଟିତ

csstore

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ହଲହଲପୁରଠାରେ ଥିବା ଗୋ ସୁରକ୍ଷା ଦାତବ୍ୟ ନ୍ୟାସର ଦ୍ଵିତୀୟ ଆଶ୍ରୟସ୍ଥଳୀ ଉଦ୍‌ଘାଟିତ ହୋଇଯାଇଛି । ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଆଶ୍ରୟ ସ୍ଥଳୀର ଉଦ୍‌ଘାଟନ କରିଛନ୍ତି । ସାମ୍ପ୍ରତିକ ସ୍ଥିତିରେ ଯେତେବେଳେ ଗୋ ମାଲିକମାନଙ୍କ ସମ୍ବେଦନଶୀଳତା ହଜି ହଜି ଯାଉଛି, ଯେତେବେଳେ ରୁଗ୍‌ଣ ଓ ବୟସାଧିକ୍ୟ ଗୋରୁମାନଙ୍କୁ ମାଲିକମାନେ ସେବା ଯତ୍ନ ନ କରି ବାହାରେ ଛାଡି ଦେଉଛନ୍ତି, ସେହି ସମୟରେ ଏହି ଗୋ ସୁରକ୍ଷା ଦାତବ୍ୟ ନ୍ୟାସ ଦ୍ୱାରା ପ୍ରତିଷ୍ଠା ଗୋ ଆଶ୍ରୟ ସ୍ଥଳୀ ସେହି ଅବାଂଛିତ ଗୋରୁଙ୍କୁ ଆପଣେଇ ନେଇ ମୃତ୍ୟୁ ପର୍ଯ୍ୟନ୍ତ ସେବା ଶୁଶ୍ରୁଷା କରିବା ସହିତ ପାରମ୍ପରିକ ରୀତିନୀତିରେ ଅନ୍ତିମ ସଂସ୍କାର କରିବାର ମହାନତାକୁ ପ୍ରଶଂସା କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲାପାଳ । ତେବେ ଜୁନ୍‌ ୨୦୧୬ ମସିହାରେ ପ୍ରତିଷ୍ଠିତ ଟ୍ରଷ୍ଟରେ ୧୫୦ ଗୋରୁଙ୍କ ଆଶ୍ରୟ ଦେବାରେ ସକ୍ଷମ ଥିବା ବେଳେ ଆଜି ପୁଣି ଜିଲ୍ଲା ପ୍ରଶାସନ ତଥା ପ୍ରାଣୀଧନ ବିକାଶ ବିଭାଗ ସୁବର୍ଣ୍ଣପୁର ରାଜ୍ୟ ସରକାରଙ୍କ ବୁଲା ଗାଈ ଗୋରୁଙ୍କ ପାଇଁ ଆଶ୍ରୟ ସ୍ଥଳ ଯୋଜନା ଅଧୀନରେ ରାଜ୍ୟରେ ପ୍ରଥମ ଭାବେ ଏହି ଯୋଜନାରେ ଗୋ ଆଶ୍ରୟ ସ୍ଥଳ ଜିଲ୍ଲା ଟ୍ରଷ୍ଟି ଭଜନଲାଲ ଅଗ୍ରୱାଲଙ୍କ ଆଗ୍ରହରେ ପୁନଃ ୧୫୦ ଗୋରୁଙ୍କ ପାଇଁ ଏହି ସ୍ଥାନରେ ଦ୍ଵିତୀୟ ଆଶ୍ରୟସ୍ଥଳୀ ନିର୍ମାଣ କରିଛନ୍ତି, ଯାହା ଜିଲ୍ଲାପାଳ ଉଦ୍‌ଘାଟନ କରି ଏହି ନ୍ୟାସର ଭୂୟସୀ ପ୍ରଶଂସା କରିବା ସହିତ ଜିଲ୍ଲା ପ୍ରଶାସନ ପାରୁ ପର୍ଯ୍ୟନ୍ତ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଏହି ଗୋ ଆଶ୍ରୟ ସ୍ଥଳ ଦ୍ୱାରା ବୁଲା ଗୋରୁ ଗାଈଙ୍କ ଉପଯୁକ୍ତ ଥଇଥାନ ସହ ରକ୍ଷଣ ବେକ୍ଷଣା ହୋଇପାରିବ ପୁନଶ୍ଚ ରାସ୍ତା ଦୁର୍ଘଟଣାକୁ ବହୁ ମାତ୍ରାରେ ରୋକା ଯାଇପାରିବା ସହିତ ଗାଈ ଗୋରୁଙ୍କ ଉପଯୁକ୍ତ ସୁରକ୍ଷା କରାଯାଇପାରିବ । ଗତକାଲି ଏହି ଗୋ ଆଶ୍ରୟ ସ୍ଥଳ ଉଦ୍‌ଘାଟନ ସହ ଏମଜିଏନଆରଇଜିଏସ ଯୋଜନାରେ ୩ ଏକର ପରିଧିଷ୍ଟ କ୍ଷେତ୍ରରେ ଘାସ ଚାଷ ନିମନ୍ତେ ଶୁଭ ଉଦ୍‌ଘାଟନ କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲାପାଳ । ଯାହା ଦ୍ୱାରା ଗୋଶାଳାରେ ଆଶ୍ରିତ ଗୋରୁଙ୍କ ଖାଦ୍ୟର ଆବଶ୍ୟକତା ମେଣ୍ଟା ଯାଇପାରିବ ଓ ଅନ୍ୟ ବାହାର ଲୋକ ମଧ୍ୟ ଏଠାରୁ ଉପକୃତ ହୋଇପାରିବେ । ଗୋଶାଳା ଦ୍ୱାରା ଚାଷୀଙ୍କୁ ଜୈବିକ ଖେତୀରେ ମଧ୍ୟ ସହାୟକ ହେବ । ଏହି ଶୁଭ ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା, ପିଡି ଡିଆରଡିଏ ନିହାର ରଞ୍ଜନ କଁହର, ଉପଜିଲ୍ଲାପାଳ ବୀରମହାରାଜପୁର ଅଶୋକ ଭୋଇ, ବିଡିଓ ହେମସାଗର ଭୋଇ, ସିଡିଭିଓ ଡ. ଅନନ୍ତ ପ୍ରସାଦ ପଣ୍ଡା, ଏଡିଭିଓ ଡ଼. ଅଶେଷ କୁମାର କର, ଡ଼. ରମେଶ ଚନ୍ଦ୍ର ପ୍ରଧାନ, ଡ଼. ହିମାଂଶୁ କୁମାର ମହନ୍ତ ତଥା ଗୋ ପ୍ରେମୀ, ଟ୍ରଷ୍ଟର ସମସ୍ତ ସଦସ୍ୟ ସଦସ୍ୟା ପ୍ରମୁଖ ଉପସ୍ଥିତ ଥିଲେ । ଆଗକୁ ଏହି ନ୍ୟାସର ବିଭିନ୍ନ କାର୍ଯ୍ୟ ପାଇଁ ମିଶନ ଶକ୍ତିର ମହିଳାମାନଙ୍କୁ ମଧ୍ୟ ଯୋଡ଼ା ଯାଇଥିବା ସୂଚନା ମିଳିଛି ।

yuvodaya
Leave A Reply

Your email address will not be published.