pr

ପ୍ଲାଣ୍ଟେସନ କ୍ଲବ ପୁରୀ ଜିଲ୍ଲା ପିପିଲି ଶାଖା ତରଫରୁ ଡେଲାଙ୍ଗରେ ବୃକ୍ଷ ରୋପଣ

dr. purohit

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ଲାଣ୍ଟେସନ କ୍ଲବ ପୁରୀ ଜିଲ୍ଲା ପିପିଲି ଶାଖା ତରଫରୁ କ୍ଲବର ଆବାହକ ଜନ୍ମେଜୟ ଜେନାଙ୍କ ନେତୃତ୍ୱରେ ‘ଗଛ ଲଗାଅ ଜୀବନ ବଞ୍ଚାଅ, ବୃକ୍ଷ ହିଁ ଜୀବନ’ର ବାର୍ତ୍ତା ନେଇ ଡେଲାଙ୍ଗ ବ୍ଲକ ଅରିଶଲ ପଂଚାୟତ ଖଣ୍ଡିମଙ୍ଗଳ ପୁର ପଂଚାୟତ ହାଇସ୍କୁଲ ପ୍ରାଙ୍ଗଣରେ ସରପଞ୍ଚଙ୍କ ପ୍ରତିନିଧି ନାଣ୍ଡି ବାବୁ, ନାର ପୁର ମହାବୀର ମନ୍ଦିରରେ ବୃକ୍ଷ ବଂଧୁ କାଳୁ ପ୍ରଧାନ, ଖେଲାଉର ପଂଚାୟତ ଖେଲେସ୍ୱରଦେବ ପ୍ରାଙ୍ଗଣରେ ବୃକ୍ଷ ବଂଧୁ ଚନ୍ଦ୍ରଶେଖର ପଣ୍ଡାଙ୍କ ତତ୍ୱାବଧାନରେ ବୃକ୍ଷରୋପଣ କରିବା ସହିତ ଦୁଇଟି ପଂଚାୟତର ତିରିଶି ଜଣ ବୃକ୍ଷବଂଧୁମାନଙ୍କୁ ଆମ୍ବ ବୃକ୍ଷ ଦେବା ସହିତ ଗଛ ଗୁଡିକୁ ନିଜର ପୁଅ ଝିଅଙ୍କୁ ପାଳିଲା ଭଳି ଗଛଟିକୁ ପାଳିବାକୁ ବୃକ୍ଷ ବଂଧୁମାନଙ୍କୁ ଅନୁରୋଧ କଲେ । ଏହି କାର୍ଯ୍ୟକ୍ରମରେ ଯୁବ ସମାଜସେବୀ ରାଧାମୋହନ, ଦେବାଶିଷ ଦୀକ୍ଷିତ, ସୁକାନ୍ତ ସ୍ୱାଇଁ, ସଦାଶିବ ପରିଡା, ଭିକାରି ପରିଡା, ଧନୁ ପରିଡା ପ୍ରମୁଖ ସହଯୋଗ କରିଥିଲେ । ଡେଲାଙ୍ଗ ବ୍ଲକ ପ୍ରାୟ ଦୁଇ ହଜାର ବୃକ୍ଷ ଲଗାଯିବ ବୋଲି କ୍ଲବ ପକ୍ଷରୁ ସୂଚନା ଦିଆଯାଇଛି ।

nrusinghnath
Leave A Reply

Your email address will not be published.