ଆସନ୍ତା କାଲିରେ ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୦୭ଟି କେନ୍ଦ୍ରରେ ୧୮ରୁ ଅଧିକ ନାଗରିକଙ୍କୁ ଟୀକାକରଣ

  • ୧୨ ବର୍ଷରୁ ୧୪ ବର୍ଷ ନିମନ୍ତେ ୦୮ଟି କେନ୍ଦ୍ରରେ (କୋର୍ବେଭାକ୍ସ) ଟୀକାକରଣ
  • ଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତାକାଲି ସୁବର୍ଣ୍ଣପୁର ଜିଲ୍ଲାର (ମ୍ୟୁନିସିପାଲିଟି, ଉଲୁଣ୍ଡା ବ୍ଲକ ବ୍ୟତୀତ) ଅନ୍ୟ ବ୍ଲକ ଅଂଚଳର ୦୭ଟି ବ୍ୟବସ୍ଥିତ ଟୀକା କେନ୍ଦ୍ରରେ ୧୮ରୁ ଅଧିକ ବୟସର ହିତାଧିକାରୀଙ୍କ ସହ ଏଚ୍‌ସିଡବ୍ଲୁ/ଏଫ୍‌ଏଲ୍‌ଡବ୍ଲୁ ଏବଂ ୬୦ ବର୍ଷରୁ ଅଧିକ ସହିତ କୋ-ମୋରବିଡିଟିଙ୍କୁ ପ୍ରିକ୍‌ସନ୍‌ ଡୋଜ (କୋଭାସିଲଡ଼) ଟୀକାକରଣ କରାଯିବ । ସେହିପରି ଜିଲ୍ଲାର (ମ୍ୟୁନିସିପାଲିଟି, ଉଲୁଣ୍ଡା, ବୀରମହାରାଜପୁର ବ୍ଲକ ବ୍ୟତୀତ) ଅନ୍ୟ ବ୍ଲକ ଅଞ୍ଚଳର ୦୬ଟି କେନ୍ଦ୍ରରେ ୧୫ ରୁ ୧୮ ବର୍ଷ ପର୍ଯ୍ୟନ୍ତ ହିତାଧିକାରୀଙ୍କୁ (କୋଭାକ୍ସିନ) ଟୀକାକରଣ କରାଯିବ, ପୁନଶ୍ଚ ୧୨ରୁ ୧୪ ବର୍ଷ ପର୍ଯ୍ୟନ୍ତ ହିତାଧିକାରୀଙ୍କୁ (ମ୍ୟୁନିସିପାଲିଟି, ଉଲୁଣ୍ଡା ବ୍ଲକ ବ୍ୟତୀତ) (ଅଫଲାଇନ ଜରିଆରେ) ୦୮ଟି କେନ୍ଦ୍ରରେ (କୋର୍ବେଭାକ୍ସ) ଟୀକାକରଣ କରାଯିବ । ବ୍ୟବସ୍ଥିତ ସମସ୍ତ କେନ୍ଦ୍ରଗୁଡିକରେ ହିତାଧିକାରୀ ଟୀକାକରଣ ନିମନ୍ତେ ପଂଜିକୃତ କରି ନିଯୁକ୍ତି ଚିଠାକୁ ଅନୁସୂଚିତ କରାଇ ପାରିବେ ଅଥବା ଉକ୍ତ ଦିନ ନିର୍ଧାରିତ ସମୟ ସକାଳ ଘଂ୦୯-୦୦ରେ କେନ୍ଦ୍ରକୁ ଯାଇ ଟୀକା ନିମନ୍ତେ ଅଗ୍ରିମଟୋକନ ସଂଗ୍ରହ କରିପାରିବେ । ସ୍ଲଟ ବୁକିଂ କରିଥିବା ହିତାଧିକାରୀଙ୍କୁ ଅଗ୍ରାଧିକାର ଭିତ୍ତିରେ ଟୀକା ପ୍ରଦାନ କରାଯିବ । ଉକ୍ତ ଦିନଗୁଡିକରେ ଟୀକାକରଣ ପାଇଁ ଯୋଗ୍ୟ ପଂଜିକୃତ ହିତାଧିକାରୀ ନିଜର ନିଯୁକ୍ତି ଚିଠା (ମୋବାଇଲ ମେସେଜ/ଚିଠାର ହାର୍ଡ କପି) ପଞ୍ଜିକରଣ ସମୟରେ ବ୍ୟବହୃତ ପରିଚୟ ପତ୍ର, ସାଙ୍ଗରେ ଆଣି ସୂଚିତ ନିର୍ଦ୍ଧାରିତ ସମୟରେ ଉଦ୍ଧିଷ୍ଟ ଟୀକାକରଣ କେନ୍ଦ୍ରକୁ ପହଂଚି ଟୀକା ଗ୍ରହଣ କରିବେ । ବିନା କୌଣସି ସୂଚନାରେ ଟୀକାକେନ୍ଦ୍ରକୁ ଯାଇ ହଇରାଣ ନ ହେବା କିମ୍ବା କେନ୍ଦ୍ରରେ ଅଯଥାରେ ଭିଡ଼ ନ କରିବାକୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଅନୁରୋଧ କରାଯିବା ସହ ଯେତେବେଳେ ଯାହାର ପାଳି ଆସୁଛି ସେମାନେ କେବଳ କେନ୍ଦ୍ରକୁ ଆସିବାକୁ ପରାମର୍ଶ ଦିଆଯାଉଛି । ଏହି ଟୀକାକରଣ ଉକ୍ତ ଦିନଗୁଡିକରେ ସକାଳ ୦୯ ରୁ ସନ୍ଧ୍ୟା ୦୬ ଘଣ୍ଟା ପର୍ଯ୍ୟନ୍ତ ଚାଲୁ ରହିବ । ହିତାଧିକାରୀ ଟୀକାକରଣ ପାଇଁ ଅନ୍‌ଲାଇନ https://selfregistration.cowin.gov.inରେ ପଞ୍ଜିକରଣ କରାଇ ସ୍ଲଟ ଅନୁସୂଚିତ କରାଇ ପାରିବେ । ଟୀକାକରଣ ନିମନ୍ତେ ହିତାଧିକାରୀଙ୍କ ପାଇଁ ଆଜି ରାତ୍ର ୦୮-୦୦ଘଂରୁ କୋଭାସିଲଡ଼ ଓ କୋଭାକ୍ସିନ ପାଇଁ ପଞ୍ଜିକରଣ ନିମନ୍ତେ ସ୍ଲଟ ଖୋଲା ରହିଛି ।

Leave A Reply

Your email address will not be published.