jsm

ଖଲିଆପାଲି ସ୍କୁଲରେ ବନ ମହୋତ୍ସବ ପାଳିତ

csstore

ବଲାଙ୍ଗିର, ଆଜି ଆଗଲପୁର ବ୍ଲକ୍‌ ଅନ୍ତର୍ଗତ ଖଲିଆପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଇକୋ କ୍ଲବ ଓ ଜୁନିୟର ରେଡକ୍ରସ୍‌ ଶାଖା ତରଫରୁ ବନ ମହୋତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଜୁନିୟର ରେଡ୍‌କ୍ରସ୍‌ ପରାମର୍ଶଦାତା ଦୁର୍ଯ୍ୟୋଧନ ପଶାୟତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ସଭା କାର୍ଯ୍ୟରେ ବନ ମହୋତ୍ସବର ଗୁରୁତ୍ୱ, ପରିବେଶ ସୁରକ୍ଷା, ବ୍ୟାପକ ମାତ୍ରାରେ ସ୍କୁଲ ଓ ଗାଁ ଚାରିପାଖରେ ବହୁଳ ମାତ୍ରାରେ ଗଛ ଲଗାଇ ପରିବେଶକୁ ସ୍ୱଚ୍ଛ ଓ ସୁନ୍ଦର ରଖିବାର କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ କରାଯାଇଥିଲା । କାର୍ଯ୍ୟକ୍ରମରେ ବକଟି କ୍ଲଷ୍ଟର ସିଆରସିସି ଜ୍ୟୋତିର୍ମୟ ମିଶ୍ର ମୁଖ୍ୟ ଅତିଥି ଓ ୱାର୍ଡ ସଭ୍ୟ ବିଘ୍ନେଶ୍ୱର କୁମ୍ଭାର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ସ୍କୁଲ ପରିସରରେ ନିମ୍ବ, ଶାଗୁଆନ, ଶାଳ, ପଣସ, କାଜୁ ଇତ୍ୟାଦି ପ୍ରାୟ ୩୦ ଗୋଟି ଚାରା ରୋପଣ କାରାଯାଇଥିଲା । ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଦଶରଥ ପଟେଲ, ଧିରେନ୍ଦ୍ର କୁମାର ସାହୁ, ସନ୍ତୋଷ କୁମାର ପାଇକଚନ୍ଦନ ଏବଂ ରେଡ୍‌କ୍ରସ୍‌ ଶାଖାର ବିଦ୍ୟାର୍ଥୀ ସୁମି ସାହୁ, ମାନସୀ ବରିହା, ରିମା ପଧାନ, କଲ୍ୟାଣୀ ଭୋଇ, ସୁଶାନ୍ତ ମୁଣ୍ଡା, ସୌମ୍ୟରଞ୍ଜନ ସେଠ୍‌, ସୁଜିତ ଭୋଇ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.