jayashree

ମାହଗାଁ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍ ଅନ୍ତର୍ଗତ ମହଗାଁ ଉଚ୍ଚ ବିଦ୍ୟାଳୟ ପରିସରରେ ବନ ମହୋତ୍ସବ ମହା ଆଡମ୍ବରରେ ପାଳିତ ହୋଇଯାଇଛି । ଏହି ଅବସରରେ ଶତାଧିକ ଛାତ୍ରଛାତ୍ରୀ ଏକ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରିବା ସହିତ ଜଙ୍ଗଲ ଓ ପରିବେଶ ସୁରକ୍ଷା, ପ୍ଲାଷ୍ଟିକ ମୁକ୍ତ ସମାଜ ଗଠନ କରିବା ସମ୍ବନ୍ଧୀୟ ବିଭିନ୍ନ ସ୍ଲୋଗାନ ଦେଇ ଜନ ସଚେତନତା କରିଥିଲେ । ପରେ ସ୍କୁଲ ପଡିଆରେ ନିମ୍ବ, ଶାବୁଆନ୍, କାଜୁ ଇତ୍ୟାଦି ଏକ ଶହରୁ ଅଧିକ ଚାରା ରୋପଣ କରାଯାଇଥିଲା । ପୁର୍ବରୁ ଏ ସଂକ୍ରାନ୍ତରେ କରାଯାଇଥିବା ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ପ୍ରବନ୍ଧ ରଚନାରେ ରେଣୁକା ବୈଠାରୁ, ଅମ୍ରିତା ନାଏକ ଯଥାକ୍ରମେ ପ୍ରଥମ ଦ୍ୱିତୀୟ ଓ ମାନସୀ ବୈଠାରୁ ଓ କୌଶଲ୍ୟା ହରିଜନ ତୃତୀୟ ସ୍ଥାନ ଅଧିକାର କରିଥିବା ବେଲଳ ଚିତ୍ରାଙ୍କନ ପ୍ରତିଯୋଗିତାରେ ବିଶ୍ଵରଞ୍ଜନ ସରାଫ, ଯୌତିର୍ମୟୀ ବୈଠାରୁ ଓ ସୁନିଲ ଯଥାକ୍ରମେ ପ୍ରଥମ, ୨ୟ ଓ ୩ୟ ସ୍ଥାନ ଅଧିକାର କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ଏହି ବିଦ୍ୟାଳୟରେ ଦୀର୍ଘ ୧୫ ବର୍ଷରୁ ଅଧିକ ହେଲା ପ୍ରତିବର୍ଷ ବନ ମହୋତ୍ସବ ପାଳନ ହେବା ସହିତ ସାମୁହିକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହୋଇଆସୁଛି । ପରିବେଶ ସୁରକ୍ଷା ପାଇଁ ବିଶେଷ ଅବଦାନ ପାଇଁ ଏହି ଅନୁଷ୍ଠାନକୁ ୨୦୧୫ରେ ପ୍ରକୃତି ମିତ୍ର ଓ ୨୦୨୦ ମସିହାରେ ଅନୁଷ୍ଠାନର ମୁଖ୍ୟ ରବୀନ୍ଦ୍ର ନାଥ ଯୋଷୀଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି କାର୍ୟ୍ୟକ୍ରମରେ ବିଦ୍ୟାଳୟର ଇକୋ କ୍ଲବ, ରେଡକ୍ରସ ଓ ସ୍କାଉଟ ଦଳର ଛାତ୍ରଛାତ୍ରୀ ଭାଗ ନେଇଥିଲେ ।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଯୋଷୀଙ୍କ ସମେତ ବିବେକାନନ୍ଦ ଭୋଇ, ସନ୍ତୋଷ କୁମାର ମେହେର, ସିମାଶ୍ରୀ ମହାପାତ୍ର, ବାସୁଦେବ ବିଶି, ଗୁଣନିଧି ମୁଣ୍ଡ, କାର୍ତିକେଶ୍ୱର୍ ବୈଠାରୁ, ରମେଶ ଚନ୍ଦ୍ର ସା, ଶଙ୍କର ସାହୁ, ମହେଶ୍ୱର ସା ଏହି କାର୍ଯ୍ୟକ୍ରମ ଆୟୋଜନରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ।

Leave A Reply

Your email address will not be published.