oom

ସମ୍ବଲପୁର-ନାନ୍ଦେଡ଼ ଟ୍ରେନ୍‌ ପ୍ରତ୍ୟହ ଚଳାଚଳ ଓ ସଂପ୍ରସାରଣ ପାଇଁ ଓସାକା ହାଇଦ୍ରାବାଦ ପକ୍ଷରୁ ଦାବୀପତ୍ର ପ୍ରଦାନ

jsmm

ହାଇଦ୍ରାବାଦ, (କେପିଏନ୍‌ଏସ୍‌) : ହାଇଦ୍ରାବାଦରେ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକକୁ ଆସିଥିବା କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା ଏବଂ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ୍‌ଙ୍କୁ ‘ଓସାକା’ ହାଇଦ୍ରାବାଦର ସଦସ୍ୟାମାନେ ସାକ୍ଷାତ କରି ପଶ୍ଚିମ ଓଡ଼ିଶାର ଉନ୍ନତି ତଥା ସମସ୍ୟା ବିଷୟରେ ଆଲୋଚନା କରିଛନ୍ତି । ବର୍ତ୍ତମାନ ସମ୍ବଲପୁର-ନାନ୍ଦେଡ଼ ନାଗାବଳୀ ଏକ୍ସପ୍ରେସ୍‌ ସପ୍ତାହକୁ ମାତ୍ର ତିନି ଦିନ ଚାଲୁଥିବାରୁ ପଶ୍ଚିମ ଓଡ଼ିଶାବାସୀ ଜରୁରୀକାଳୀନ ଚିକିତ୍ସା ପାଇଁ ହାଇଦ୍ରାବାଦ ଆସିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ହାଇଦ୍ରାବାଦରେ ବିଶ୍ୱସ୍ତରୀୟ ଚିକିତ୍ସା ସୁବିଧା ସହ ଜୀବିକା ଅର୍ଜନ ପାଇଁ ସୁଯୋଗ ରହିଥିବା ଦୃଷ୍ଟିରୁ ପଶ୍ଚିମ ଓଡ଼ିଶାବାସୀ ଅନେକାଂଶରେ ହାଇଦ୍ରାବାଦ ଉପରେ ନିର୍ଭର କରିଥାନ୍ତି । ଏଥିପାଇଁ ନାଗାବଳୀ ଏକ୍ସପ୍ରେସ୍‌ ଟ୍ରେନ୍‌ ପ୍ରତ୍ୟହ ଚଳାଚଳ ସହ ଝାରସୁଗୁଡ଼ା ପର୍ଯ୍ୟନ୍ତ ଏହାର ସଂପ୍ରସାରଣ ପାଇଁ ସାଂସଦମାନଙ୍କ ସହ ଓସାକାର ସଦସ୍ୟମାନେ ଆଲୋଚନା କରିଛନ୍ତି । ଏହି ଅବସରରେ ଓସାକା ହାଇଦ୍ରାବାଦ ନୂଆଁଖାଇ ସ୍ମରଣିକା ସାଂସଦମାନଙ୍କୁ ଉପହାର ସ୍ୱରୂପ ପ୍ରଦାନ କରାଯାଇଛି । ତେବେ ଓସାକାର ବରିଷ୍ଠ ସଦସ୍ୟ କୁମୁଦ ରଂଜନ ପଣ୍ଡା ଏବଂ ସୁନୀଲ କୁମାର ଗଡ଼ତିଆଙ୍କ ନେତୃତ୍ୱରେ ସଭାପତି ରାମକୃଷ୍ଣ ବାରିକ, ଉପ ସଭାପତି ଶଙ୍କର ସାହୁ, ସଦସ୍ୟ ପଦ୍ମନାଭ ପଧାନ, ସୁଧାଂଶୁ ତ୍ରିପାଠୀ, ଅଜିତ ପ୍ରଧାନ ଏବଂ ନୀଳାଂଚଳ ପ୍ରଧାନ ପ୍ରମୁଖ ଯୋଗ ଦେଇ ସାଂସଦ ବସନ୍ତ କୁମାର ପଣ୍ଡାଙ୍କୁ ନାଗାବଳୀ ଟ୍ରେନ୍‌ର ପ୍ରତ୍ୟହ ଚଳାଚଳ ଓ ସଂପ୍ରସାରଣ ପାଇଁ ଦାବୀ ପତ୍ର ପ୍ରଦାନ ସହ ତାଙ୍କ ଜରିଆରେ ମାନ୍ୟବର ରେଳମନ୍ତ୍ରୀଙ୍କୁ ମଧ୍ୟ ଦାବୀପତ୍ର ପ୍ରଦାନ କରାଯାଇଛି ।

jittmm
Leave A Reply

Your email address will not be published.