jsm

ବଲାଙ୍ଗିର ସିଭିଲ କୋର୍ଟ ଏବଂ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ବଲାଙ୍ଗିର ପରିସରରେ ବନ ମହୋତ୍ସବ ସପ୍ତାହ ଉପଲକ୍ଷେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ନ୍ୟାୟାଧିଶ ଲୋକନାଥ ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଆଜି ବଲାଙ୍ଗିର ସିଭିଲ କୋର୍ଟ ଏବଂ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ବଲାଙ୍ଗିର ପରିସରରେ ବନ ମହୋତ୍ସବ ସପ୍ତାହ ଅପସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଜଜ୍‌ ଲୋକନାଥ ମହାପାତ୍ର ବୃକ୍ଷ ରୋପଣ କରିବା ସହ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ ଏବଂ ମଣିଷ ସମାଜ ପାଇଁ ବୃକ୍ଷର ବହୁଳ ଆବଶ୍ୟକତାକୁ ବୁଝାଇବା ସହିତ ବୃକ୍ଷ ରୋପଣ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ବେଣୁଧର ପାତ୍ର, ଜଜ୍‌ ଫ୍ୟାମିଲି କୋର୍ଟ, ବଲାଙ୍ଗିର, ଶ୍ରୀମତୀ ଅଜନ୍ତା ଷଡଙ୍ଗୀ, ଜଜ୍‌ ଭିଜିଲାନ୍ସ କୋର୍ଟ, ବଲାଙ୍ଗିର, ଶ୍ରୀମତୀ ଇତିଶ୍ରୀ ମହାପାତ୍ର, ଅତିରିକ୍ତ ଜିଲ୍ଲା ଜଜ୍‌ (ପ୍ରଥମ), ପ୍ରଶାନ୍ତ କୁମାର ନାୟକ, ଅତିରିକ୍ତ ଜିଲ୍ଲା ଜଜ୍‌(ପକ୍ସୋ କୋର୍ଟ), ବଲାଙ୍ଗିର, ଜିବନାନ୍ଦ ପାଢୀ, ମୁଖ୍ୟ ବିଚାର ବିଭାଗୀୟ ଅଧିକାରୀ, ବଲାଙ୍ଗିର, ଜ୍ୟାତିରଞ୍ଜନ ଦାସ ସିଭିଲ୍‌ ଜଜ୍‌(ବରିଷ୍ଠ), ବଲାଙ୍ଗିର, ଜନ୍ମେଜୟ ପଲେଇ ସିଭିଲ ଜଜ୍‌ (ବରିଷ୍ଠ), ବଲାଙ୍ଗିର, ଶ୍ରୀମତୀ ସସ୍ମିତା ନନ୍ଦିନୀ ତ୍ରିପାଠୀ, ଅତିରିକ୍ତ ସିଭିଲ ଜଜ୍‌ (ବରିଷ୍ଠ), ବଲାଙ୍ଗିର, ଶ୍ରୀମତୀ ସସ୍ମିତା ସେଠୀ, ସିଭିଲ ଜଜ୍‌ (କନିଷ୍ଠ) ବଲାଙ୍ଗିର ପ୍ରକାଶ କୁମାର କର ଜେଏମ୍‌ଏଫ୍‌ସି, ବଲାଙ୍ଗିର, ଏସ୍‌ଡିଜେଏମ୍‌ ମନୋଜ ମହାନ୍ତି ଏହା ସହିତ ଜିଲ୍ଲା ଓକିଲ ସଂଘର ସଭାପତି ଅମରେଶ ତ୍ରିପାଠୀ ଏବଂ ସମ୍ପାଦକ ଅଧିକାରୀ ଦନ୍ତା ପ୍ରମୁଖ ଉପସ୍ଥିତ ରହିବା ସହ କୋର୍ଟ ପରିସରରେ ବୃକ୍ଷ ରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ବିନୟ କୁମାର ପାତ୍ର ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସିଭିଲ କୋର୍ଟ ଏବଂ ଜିଲ୍ଲା ବନ ବିଭାଗର କର୍ମଚାରୀ ଉପସ୍ଥିତ ରହିଥିଲେ ।

yuvodaya
Leave A Reply

Your email address will not be published.