jsm

ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜୁଲାଇ ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁସାରେ ଆଜି ମାସର ପ୍ରଥମ ସୋମବାର ଦିନ ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟ ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଚଞ୍ଚଳ ରାଣା, ଆରକ୍ଷୀ ଅଧିକ୍ଷକ ନିତୀନ କୁଶଲକର, ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀ, ଡିଏଫ୍‌ଓ ନିତିଶ କୁମାର, ପିଡି ଡିଆର୍‌ଡିଏ ସୁଶାନ୍ତ କୁମାର ସିଂ, ପିଡି ଡୁଡା ସୁଦର୍ଶନ ସାଏ, ବଲାଙ୍ଗିର ଉପ ଜିଲ୍ଲାପାଳ ଲମ୍ବୋଦର ଧରୁଆଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ବଲାଙ୍ଗିର ଉପଖଣ୍ଡ ଅନ୍ତର୍ଗତ ସମସ୍ତ ବିଡିଓ, ତହସିଲଦାର ଓ ସିଡିପିଓମାନେ ଉପସ୍ଥିତ ଥିଲେ । ଏହି ଯୁଗ୍ମ ଜନ ଅଭିଯୋଗ ଶୁଣାଣିରେ ବିଭିନ୍ନ ସମସ୍ୟାମୂଳକ ମୋଟ ୧୪୭ ଗୋଟି ଅଭିଯୋଗ ଦରଖାସ୍ତ ଦାଖଲ ହୋଇଥିଲା । ତନ୍‌ମଧ୍ୟରୁ ୧୨୮ ଗୋଟି ବ୍ୟକ୍ତଗତ ଅଭିଯୋଗମୂଳକ ଦରଖାସ୍ତ ହୋଇଥିବା ବେଳେ ଅବଶିଷ୍ଟ ୧୯ ଗୋଟି ସାମୁହିକ ଦରଖାସ୍ତ ଦାଖଲ ହୋଇଥିଲା । ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଜନ ସାଧାରଣଙ୍କ ଏହି ଅଭିଯୋଗ ଓ ସମସ୍ୟାଗୁଡିକର ଶୁଣାଣି କରିଥିଲେ । ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଗତ ମଧୁବାବୁ ପେନ୍‌ସନ୍‌ ଯୋଜନା ଜରିଆରେ ବଲାଙ୍ଗିର ସହରର ଅଞ୍ଜନା ସେଠଙ୍କୁ ବିଧବା ଭତ୍ତା ମଞ୍ଜୁର କରାଯାଇ ଜିଲ୍ଲାପାଳ ମଞ୍ଜୁରୀ ପତ୍ର ପ୍ରଦାନ କରିଥିଲେ । ସେହିପରି ଚିକିତ୍ସା ସହାୟତା ବାବଦରେ ରେଡକ୍ରସ ପାଣ୍ଠିରୁ ଦେଓଗାଁ ଉପରଝର ଗ୍ରାମର ମୋହିନୀ ନାଏକଙ୍କୁ ୧୦ ହଜାର, ବଲାଙ୍ଗିର ସାଗରପଡାର ଅଞ୍ଜନା ସେଠଙ୍କୁ ୧୦ ହଜାର ଟଙ୍କା ଓ ଲୋଇସିଂହା ବ୍ଲକ ଅନ୍ତର୍ଗତ ବାଦିମୁଣ୍ଡା ଗ୍ରାମର ଜାହ୍ନବୀ ରଣାଙ୍କୁ ୬ ହଜାର ଟଙ୍କା ଏବଂ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ସଇଁତଲା ବ୍ଲକ ଅନ୍ତର୍ଗତ ଜୁନାନୀମାଲ ଗ୍ରାମର ସମ୍ପଦ ସାହୁଙ୍କୁ ୧୦ ହଜାର, ବଲାଙ୍ଗିର ରାଜୀବ ନଗରର ଗଗନ ନାଗଙ୍କୁ ୫ ହଜାର, ଲୋଇସିଂହା ବ୍ଲକ ଅନ୍ତର୍ଗତ ତଳିଉଡାର ଗ୍ରାମର ଅହଲ୍ୟା ବାରିକଙ୍କୁ ୩ ହଜାର ଓ ଆଗଲପୁର ବ୍ଲକର ସାନଫାସଡ ଗ୍ରାମର ଲଳିତ ମୋହନ ସୁନାଙ୍କୁ ୧୫ ହଜାର ଟଙ୍କାର ସହାୟତା ରାଶି ଚେକ୍‌ ମାଧ୍ୟମରେ ଜିଲ୍ଲାପାଳ ଜନ ଶୁଣାଣି କାର୍ଯ୍ୟକ୍ରମରେ ପ୍ରଦାନ କରିଥିଲେ ।

yuvodaya
Leave A Reply

Your email address will not be published.