oom

ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ବଡ଼ ଖବର ସଂପାଦକଙ୍କୁ ଅନ୍ୟାୟ ଗିରଫ ଘଟଣାର ନିନ୍ଦା

jsmm

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ବଡ ଖବରର ସଂପାଦକ ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଆକ୍ରୋଶମୂଳକ ଭାବେ ଗିରଫକୁ କନ୍ଧମାଳ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ତିବ୍ର ନିନ୍ଦା କରାଯାଇଛି । ରାଜ୍ୟ ସରକାର ଇଓଡବ୍ଲୁ ଜରିଆରେ ଯେଉଁ ଭଳି ଉଦେଶ୍ୟମୂଳକ ଭାବରେ ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଧୁ ଦାଶଙ୍କୁ ଗରିଫ କରିଛନ୍ତି ତାହା ଅତି ନିନ୍ଦନୀୟ ଅଟେ । ସତ୍ୟକୁ ସାମ୍ନାକୁ ଆଣୁଥିବା ସାମ୍ବାଦିକଙ୍କ କଣ୍ଠରୋଧ କରାଯିବା ସହ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭକୁ ଏହି ଘଟଣା କୁଠାର ଘାତ କରୁଥିବା ଭଳି ମନେ ହେଉଛି । ଅଗଣତାନ୍ତ୍ରିକ ଭାବେ ଶ୍ରୀ ଦାଶଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ଓ ଗିରଫ ଘଟଣାର ନିରପେକ୍ଷ ଭାବେ ତଦନ୍ତ କରି ସମ୍ବିଧାନ ଓ ସାମ୍ବାଦିକଙ୍କ ସୁରକ୍ଷା କ୍ଷେତ୍ରରେ ନୂଆ ଅଧ୍ୟାୟ ସୃଷ୍ଟି କରିବା ପାଇଁ ଉତ୍କଳ ସାମ୍ବାଦିକ ସଂଘ, କନ୍ଧମାଳ ପକ୍ଷରୁ ସୋମବାର ଦିନ ଜିଲ୍ଲାର ପ୍ରତ୍ୟେକ ବ୍ଲକ ସ୍ତରରୁ ବିଡ଼ିଓଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହା ସହ ଜିଲ୍ଲାର ମୁଖ୍ୟାଳୟରେ ଜିଲ୍ଲାପାଳଙ୍କୁ ଓ ବାଲିଗୁଡ଼ାରେ ଉପଜିଲ୍ଲାପାଳଙ୍କ ଜରିଆରେ ମଧ୍ୟ ଏକ ଦାବୀପତ୍ର ପ୍ରଦାନ କରାଯିବ । ସଙ୍ଘର ସଭାପତି ସନ୍ତୋଷ କୁମାର ଦାଶ, ମନୋରଞ୍ଜନ ରାୟ, ସଞ୍ଜୟ କୁମାର ପାଣିଗ୍ରାହୀ, ସତ୍ୟ ନାରାୟଣ ପାଢ଼ୀ, ସଦାଶିବ ପାତ୍ର, ସୁବାଷ ପ୍ରଧାନ, ଫିଲମୋହନ ନାୟକ, ବି.ଭି ଶଙ୍କର, ଦୁଃଖୀ ଶ୍ୟାମ ପ୍ରଧାନ, ବୈଦ୍ୟନାଥ ବେହେରା, ପ୍ରେମ ଚାନ୍ଦ ସିଂ, ସୁବାଷ ଚନ୍ଦ୍ର ମହାରଣା, ପ୍ରତାପ ଦିଗାଲ, ପବିତ୍ର ଦିଗାଲ, ପ୍ରତାପ ନାୟକ, ଆଶୁତୋଷ ସାହୁ, ବସନ୍ତ ବେହେରା, ହେମନ୍ତ ମୁଖୀ, ସୁଧାଂଶୁ କହଁର, ଧର୍ମପଦ ନାୟକ, ଅଶ୍ୱିନୀ ମନ୍ତ୍ରୀ, ଓ ତରଣୀ ସେନ ସାହୁ, ଲଷ୍ମୀକାନ୍ତ ରାଜଗୁରୁ ପ୍ରମୁଖ ନିନ୍ଦା କରିଛନ୍ତି ।

jittmm
Leave A Reply

Your email address will not be published.