ଭାରତୀୟ ପ୍ରଶିକ୍ଷଣ ଶିବିରରେ ଭରତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆଗାମୀ ଏସିଆନ କ୍ରୀଡା ପ୍ରତିଯୋଗିତାକୁ ଦୃଷ୍ଟିରେ ରଖି ଭାରତୀୟ ଖୋ ଖୋ ମହାସଂଘ ଚଳିତ ମାସ ୫ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଶ୍ରୀ ଛାତ୍ରପତି ଶିବାଜୀ ସ୍ପୋର୍ଟ୍ସ କମ୍ପ୍ଲେକ୍ସ, ପୁନେ, ମହାରାଷ୍ଟ୍ରଠାରେ ଆୟୋଜିତ ହେବାକୁ ଯାଉଛି । ଏହି ଶିବିରରେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ବରକେରା ଗ୍ରାମର ଗଜେନ୍ଦ୍ର ପ୍ରଧାନଙ୍କ ପୁତ୍ର ଭରତ ପ୍ରଧାନ କୋଣାର୍କ ଏକ୍ସପ୍ରେସ୍‌ରେ ୨ ତାରିଖରୁ ଯାତ୍ରା ଆରମ୍ଭ କରିଛନ୍ତି । ଏହା ଅଞ୍ଚଳ ପାଇଁ ଏକ ଐତିହାସିକ ଗର୍ବର ବାର୍ତା ବୋଲି ମତ ପ୍ରକାଶ ପାଇଛି । ଭରତଙ୍କ ସହ ଆଉ ୪ଜଣ ଓଡିଶାରୁ ଏହି ଦଳରେ ସାମିଲ ହୋଇଛନ୍ତି । ଭରତ ତାଙ୍କ କ୍ରୀଡା ଜୀବନ ନବମ ଶ୍ରେଣୀରୁ କବି ପ୍ରସନ୍ନ ପାଟ୍ଟଶାଣୀ ଉଚ୍ଚ ବିଦ୍ୟାଳରୁ ଆରମ୍ଭ କରି ଓଡିଶା କନିଷ୍ଠ ଓ ବରିଷ୍ଠ ଦଳରେ ଅନେକଥର ସାମିଲ ହୋଇ ଅଧୁନା ସଫଳତା ଶୀର୍ଷର ଦ୍ୱାର ଦେଶରେ । ବିଦ୍ୟାଳୟର ପ୍ରତିଷ୍ଠାତା ପ୍ରଫେସର ଶଶାଙ୍କ ଚୂଡ଼ାମଣି, ଓଡିଶା ଖୋ’ ଖୋ’ ସଂଘ ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର, ଶିଶୁ ସୁରକ୍ଷା ଓ ଅଧିକାର ଆୟୋଗ ଅଧ୍ୟକ୍ଷା ସୁଶ୍ରୀ ସାନ୍ଧ୍ୟବତୀ ପ୍ରଧାନ, ପ୍ରଧାନ ଶିକ୍ଷକ ହୃଷିକେଶ ବଳିୟାରସିଂହ, ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ ସାହୁ ଓ ସରପଞ୍ଚ ଶେଷଦେବ ବାରିକ ଶୁଭେଚ୍ଛା ଦେବା ସହ ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି । ପ୍ରଶିକ୍ଷକ ତଥା ବିଦ୍ୟାଳୟର ଶାରୀରିକ ଶିକ୍ଷା ଶିକ୍ଷକ ସୂର୍ଯ୍ୟନାରାୟଣ ଜେନା ଆଗାମୀ ଦିନରେ ଭରତ ଭଳି ଅନେକ ଆନ୍ତର୍ଜାତୀୟ କ୍ରୀଡ଼ାବିତ ଏହି ଅଂଚଳରୁ ପ୍ରସ୍ଫୁଟିତ ହେବେ ବୋଲି ମତବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.