କୁଟୁମଡୁଲା ପଞ୍ଚାୟତର ନାଏବ ସରପଞ୍ଚଙ୍କ ବିଜୁ ଜନତା ଦଳରେ ଯୋଗଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ କୁଟୁମଡୁଲା ପଞ୍ଚାୟତର ନାଏବ ସରପଞ୍ଚ ସୁରେନ୍ଦ୍ର ପର୍ଢିଆ (କହଁର) ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ବଲାଙ୍ଗିର ଜିଲ୍ଲା ବିଜୁ ଯୁବ ଜନତା ଦଳର ସଭାପତି ରାଜେନ୍ଦ୍ର ପ୍ରସାଦ ହୋତା ଓ ବ୍ଲକ ସଭାପତି ଆଶୀର୍ବାଦ ସାହୁ ଓ ପଞ୍ଚାୟତ ସଭାପତି ଡୋଲାମଣି ବାଗଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରା ଓ ଯୁବନେତା ଅର୍କେଶ ନାରାୟଣ ସିଂହଦେଓଙ୍କଠାରୁ ଅନୁପ୍ରାଣିତ ହୋଇ ବିଧିବଦ୍ଧ ଭାବରେ ବିଜୁ ଜନତା ଦଳରେ ସାମିଲ ହୋଇଥିବାରୁ ବଲାଙ୍ଗିର ବିଜୁ ଜନତା ଦଳ ତରଫରୁ ହାର୍ଦ୍ଦିକ ଅଭିନନ୍ଦନ ଓ ସ୍ୱାଗତ ଜଣାଯାଇଛି ।

Leave A Reply

Your email address will not be published.