pr

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ରଥଯାତ୍ରାର ଧାରା ବିବରଣୀ ପ୍ରଚାର

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ପବିତ୍ର ରଥଯାତ୍ରା ଅବସରରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ବଲାଙ୍ଗିର ତରଫରୁ ରଥଯାତ୍ରାର ଧାରା ବିବରଣୀ ପ୍ରଚାର କରାଯାଇଥିଲା । ସମଲେଶ୍ୱରୀ ମନ୍ଦିର ନିକଟରେ ଆଶିଷ ପ୍ଲାଜାଠାରେ ସ୍ଥାପନ କରାଯାଇଥିବା ସୂଚନା କେନ୍ଦ୍ରରୁ ପବିତ୍ର ରଥଯାତ୍ରାର ଧାରା ବିବରଣୀ ଦେଇଥିଲେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ସାହିତ୍ୟିକ ସନାତନ ଠାକୁର, କବି ବିଭୁତି ଭୂଷଣ ମିଶ୍ର, କବି ବିଜୟ କୁମାର ତ୍ରିପାଠୀ, ପ୍ରବଚିକା, ଲେଖିକା ଏଲୋରା ମିଶ୍ର, ସାମ୍ବାଦିକ ସନ୍ଦୀପ କୁମାର କୁଅଁର ପ୍ରମୁଖ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର ଅଧିକାରୀ ଜୟଦେବ ପାଣିଗ୍ରାହୀ ଧାରା ବିବରଣୀକୁ ପରିଚାଳନା କରିଥିଲେ । ସୂଚନା କେନ୍ଦ୍ର ନିକଟରେ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗର ମୁଖପତ୍ର ଉତ୍କଳ ପ୍ରସଙ୍ଗ ବିକ୍ରି କରାଯାଇଥିଲା । ବକ୍ତାମାନେ ବଲାଙ୍ଗିରର ରଥଯାତ୍ରାର ପରଂପରା, ଜଗନ୍ନାଥ ତତ୍ୱ ସଂପର୍କୀୟ ବିଭିନ୍ନ ବିଷୟରେ କହିଥିଲେ ।

nrusinghnath
Leave A Reply

Your email address will not be published.