ଫୁଲବାଣୀ : ବିଲବାଡ଼ି ଗ୍ରାମ ପଞ୍ଚାୟତବାସୀଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ସୂଚନା ଅନୁସାରେ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ବିଲାବାଡ଼ି ପଞ୍ଚାୟତକୁ ୨୦୧୨ ମସିହାରୁ ସାଂସଦ ପୋଷ୍ୟ ଗ୍ରାମ ହିସାବରେ ଗ୍ରହଣ କରାଯାଇଛି । କିନ୍ତୁ ପଞ୍ଚାୟତର ମୌଳିକ ସମସ୍ୟା ଦୂର ହୋଇ ପାରୁନାହିଁ । ବିଶେଷ କରି ଯୋଗାଯୋଗ ବ୍ୟବସ୍ଥା ଏହି ପଞ୍ଚାୟତର ମୁଖ୍ୟ ସମସ୍ୟା ହୋଇଛି । ଜାତୀୟ ରାଜପଥଠାରୁ ୧୧ କିମି ଦୂରରେ ଥିବା ବିଲାବାଡିକୁ ଯିବା ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇପଡିଛି । ବାଟରେ ଜଙ୍ଗଲ ପଡୁଥିବାରୁ ନୁତନ ରାସ୍ତା ନିର୍ମାଣ ପାଇଁ ପ୍ରତିବନ୍ଧକ ଦେଖା ଦେଉଛି । ନିର୍ମାଣ କାର୍ଯ୍ୟ ପାଇଁ ଜଙ୍ଗଲ ବିଭାଗର ଅନୁମତି ମିଳୁନାହିଁ । ଗ୍ରାମବାସୀଙ୍କ ତରଫରୁ ଅନେକ ଥର ଦାବୀ କରାଗଲେ ମଧ୍ୟ କୌଣସି ଫଳ ମିଳୁନାହିଁ, ତେଣୁ ଗ୍ରାମବାସୀ ମାନେ ଫୁଲବାଣୀ ଆସି ନୂତନ ଜିଲାପାଳଙ୍କୁ ଭେଟି ଏ ନେଇ ଏକ ଦାବୀପତ୍ର ପ୍ରଦାନ କରି ପଞ୍ଚାୟତକୁ ତୁରନ୍ତ ରାସ୍ତା ନିର୍ମାଣ ପାଇଁ ଦାବୀ କରିଛନ୍ତି ଗ୍ରାମବାସୀ । ସରପଞ୍ଚ ରବୀନ୍ଦ୍ର ଭୁକ୍ତା ଓ ନାଏବ ସରପଞ୍ଚଙ୍କ ନେତୃତ୍ୱରେ ବହୁ ମହିଳା ପୁରୁଷ ଜିଲ୍ଲାପାଲଙ୍କୁ ଭେଟି ଦାବୀପତ୍ର ଦେଇଥିଲେ । ଜିଲ୍ଲାପାଳ ଦାବୀପତ୍ର ଗ୍ରହଣ କରି ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ।
Prev Post