ମର୍ମନ୍ତୁଦ ସଡକ ଦୁର୍ଘଟଣା : ମହିଳା ମୃତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ଲାଠୋର ଥାନା ପାଖରେ ଜଣେ ମହିଳା ବାଇକରୁ ଖସିପଡି ମୃତ୍ୟୁ ହୋଇଥିବା ଖବର ମିଳିଛି । ସୂଚନା ଅନୁସାରେ ଗତକାଲି ଦିନ ପ୍ରାୟ ୨ଟା ସମୟରେ ଗୋଟିଏ ବାଇକରେ ଜଣେ ବାଇକ ଚାଳକ ୨ଜଣ ମହିଳାଙ୍କୁ ତୁରେକଲା ପଟୁ ଲାଠୋର ଛାଡିବା ପାଇଁ ଲିଫ୍ଟ ଦେଇଥିଲେ । ଥାନା ପାଖରେ ହଠାତ୍‌ ଜମୁନା ପଣ୍ଡା(୪୦) ବାଇକ୍‌ରୁ ଖସି ପଡିଥିଲେ । ଯମୁନା ଗୁରୁତର ଅବସ୍ଥାରେ ଥିବା ବେଳେ ଅନ୍ୟ ମହିଳା ଜଣକ ଦୌଡି ପଳାଇଥିଲେ ବୋଲି ବାଇକ ଚାଳକ କହିଛନ୍ତି । ଗୁରୁତର ଅବସ୍ଥାରେ ଚାଳକ ଯମୁନାଙ୍କୁ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ଡାକ୍ତର ଯମୁନାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଥାନା ଅଧିକାରୀ ପ୍ରଣୟ ମୁର୍ମୁ, ଏସ୍‌ଆଇ ଦୀପକ ଡୁଙ୍ଗଡୁଙ୍ଗ ପହଞ୍ଚି ତଦନ୍ତ କରିବା ସହ ବାଇକ ଚାଳକଙ୍କୁ ଅଧିକ ପଚରାଉଚୁରା କରୁଛି ।

Leave A Reply

Your email address will not be published.