ଶୁକ୍ରବାରର ନମାଜ ପୂର୍ବରୁ ୟୁପିର ଅନେକ ସହରକୁ ଡ୍ରୋନ୍ ଜଗିଛି, ସମ୍ବେଦନଶୀଳ ଜିଲ୍ଲାମାନଙ୍କରେ ଭାରି ଫୋର୍ସ ନିୟୋଜନ

ଲକ୍ଷ୍ନୌ : ଗତ ଶୁକ୍ରବାର ଦିନ ଦୁଇ ମସ୍‌ଜିଦ୍‌ରେ ହୋଇଥିବା ହିଂସା ଏବଂ ବୋବାଲକୁ ଦୃଷ୍ଟିରେ ରଖି ଜୁନ୍ ୧୭ରେ ନମାଜ କାର୍ଯ୍ୟକ୍ରମକୁ ଶୃଂଖଳାର ସହ ସମାପ୍ତ କରିବା ପାଇଁ ବିସ୍ତୃତ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଲକ୍ଷ୍ନୌ, କାନପୁର, ସାହାରନପୁର, ପ୍ରୟାଗରାଜ ସମେତ ଅନ୍ୟାନ୍ୟ ସମ୍ବେଦନଶୀଳ ଜିଲ୍ଲାରେ ପୋଲିସକୁ ହାଇ ଆଲର୍ଟ କରାଯାଇଛି । ସମ୍ବେଦନଶୀଳ ଜିଲ୍ଲାଗୁଡ଼ିକରେ ଡ୍ରୋନ୍ ସହିତ ତଦାରଖ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହିତ ବହୁ ସଂଖ୍ୟକ ପୋଲିସ ଏବଂ ପାରାମିଲିଟାରୀ ଫୋର୍ସ ମଧ୍ୟ ମୁତୟନ କରାଯାଇଛି । କେବଳ ଏତିକି ନୁହେଁ, ଫୁଟ୍‌ ପେଟ୍ରୋଲିଂ ସହିତ ସୋସିଆଲ ମିଡିଆରେ ମନିଟରିଂ ପାଇଁ ଅଧିକାରୀମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.