ବଜ୍ରପାତରେ ୧ ମୃତ, ୧ ଗୁରୁତର

ରାୟଗଡା : ବଜ୍ରପାତରେ ଜଣକ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଥିବା ଜଣାପଡିଛି । କାଶୀପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ମାଙ୍କଡ଼ଝୋଲା ଗ୍ରାମରେ ବଜ୍ରପାତରେ ଭାଇର ମୃତ୍ୟୁ ଘଟିଥିବା ବେଳେ ଭଉଣୀ ଗୁରୁତର ହୋଇଛି । ମୃତକ ଜଣକ ହେଲେ ଆମରି ମାଝିଙ୍କ ପୁଅ ଆକାଶ ମାଝି(୬ବର୍ଷ) । ସେହିପରି ଭଉଣୀ ବୈଶାଳୀ ମାଝି (୧୩ବର୍ଷ)ଙ୍କୁ ଗୁରୁତର ଅବସ୍ଥାରେ ଟିକିରି ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.

error: Content is protected !!