ଭୁବନେଶ୍ୱର, (କେପିଏନ୍ଏସ୍) : ଦେଶର ଏକାଧିକ ରାଜ୍ୟକୁ ପଛରେ ପକାଇ ଇ-ଗଭର୍ଣ୍ଣାସ୍ ସେବା ପ୍ରଦାନରେ ଓଡ଼ିଶା ଏକ ନମ୍ବର ସ୍ଥାନ ହାସଲ କରିଛି । ନିକଟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରକାଶିତ ଜାତୀୟ ଇ-ଗଭର୍ଣ୍ଣାସ୍ ସେବା ପ୍ରଦାନ ନିରୀକ୍ଷଣ-୨୦୨୧ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି । ଓଡ଼ିଶା ପଛକୁ ୟୁପି, ବିହାର, ଝାଡଖଣ୍ଡ ଏବଂ ପଶ୍ଚିମବଙ୍ଗ ଆଦି ରାଜ୍ୟ ରହିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।