csstore

କବିତା : ଆଖି ଖୋଲିଲା ବେଳକୁ

ଶୁଭ୍ରାଂଶୁ ଶେଖର ପଂଡା

ସୂର୍ଯ୍ୟୋଦୟରୁ କଅଁଳ ଖରା ଟିକକ
ମୋ ଘରର ଅଗଣାରେ ବିସ୍ତାରିଛି
ଶାନ୍ତ ନିରବ ପରସ କେଉଁ କାଳୁ
ମୋତେ ଛୁଇଁବାର ପ୍ରୟାସ କରୁଛି
ମୋ ଆଖି ଖୋଲିଲା ବେଳକୁ
ତୁମ ହାତରେ ଚାହାକପ୍
ନିଶବ୍ଦ ପ୍ରହରକୁ ବିଗାଡୁଛି
ପକ୍ଷୀମାନଙ୍କ କିଚିରି ମିଚିରି କଳରବରେ ତମାମ୍ ମୁହୁର୍ତ
ଓଲଟ ପାଲଟ ସବୁ ତୁମ ହାତର
ଚାହା କପ୍ ଅଦୃଶ୍ୟ ରେ ରୋମାନ୍ଚିତ
କରିବାର ସକଳ ପ୍ରାରମ୍ଭିକତା
ହୃଦୟ ର କମ୍ପନ ସଳଖି ଯିବାର ଆରମ୍ଭ ଏବେ ଏବେ
ମୋର ଆଖି ଖୋଲିବାର ବେଳକୁ
ବିଗତ ରାତ୍ରି ର ସପ୍ନ ମାନେ
ତୁମ ଆଖିର ଶବ୍ଦ କୋଷ ରେ
ଜରାଜିର୍ନ ମୋର ସବୁ ଅବୟବ
ତଥାପି ପକ୍ଷୀ ଉଡିବାର ଶବ୍ଦ
ସୁଚାଇ ଦେବାର ଆରମ୍ଭ କରିଛି
ହେନା ଏବଂ ଜୁଇ ର ବାସ୍ନା
କବଳିତ କରୁଛି ଅଗଣା ର ସୁନ୍ଦରପଣ ରେ ତୁମ ଚାହାକପ୍
ମୋର ନିଦଭରା ଆଖି ଖୋଲିବାର
ବେଳହେଲା ଅତର୍କିତ ତୁମ ହାତର
କଙ୍କଣ ର ଝଣଝଣ ଶବ୍ଦ ରେ
ମୁ କବଳିତ ଏବେ ଚା କପ୍ ର
ଗରମ ବାମ୍ଫରେ ମୋର
ନିରିହ ପଣରେ !!

ବିପିନ ନିବାସ, ପେଲେସ ଫିଲ୍ଡ
ବଲାଙ୍ଗିର

jayashree
Leave A Reply

Your email address will not be published.