oom

ବିଜେପି ଏସ୍‌ଏଚ୍‌ଜି ମହିଳା ସମାବେଶ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଅନ୍ତର୍ଗତ ମହୁଲପାଲିଠାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏସ୍‌ଏଚ୍‌ଜି ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି । ୨୦ଟି ଏସ୍ଏଚ୍‌ଜିର ପାଖାପାଖି ୨୦୦ ସଦସ୍ୟାଙ୍କ ଉପସ୍ଥିତିରେ ଅନୁଷ୍ଠିତ । ଏହି ସମାବେଶରେ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ, ବରିଷ୍ଠ ନେତା ରାଜୁ ଘିବେଲା, ଜିଲ୍ଲା ସାଧାରଣ ସମ୍ପାଦକ ସରୋଜ ପାଣିଗ୍ରାହୀ, ଜିଲ୍ଲା ପରିଷଦ ସଦସ୍ୟା ସରସ୍ଵତୀ ସାହୁ, ଚୂଡାମଣି ସାହୁ, ସରପଞ୍ଚ ପଙ୍କଜିନୀ ବେହେରା, ସମିତି ସଭ୍ୟ ମୁରଲୀ ସାହୁ ପ୍ରମୁଖ ଯୋଗଦାନ କରି କେନ୍ଦ୍ର ସରକାର ମହିଳାମାନଙ୍କ ପାଇଁ ଲାଗୁ କରିଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରି ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରଲୋଭିତ ନ ହୋଇ ସ୍ବାବଲମ୍ବୀ ହେବାକୁ ମାର୍ଗଦର୍ଶନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନୀତେଶ ବାଗ, ମନ୍ତ୍ର ସେଠ, ବିଭୀଷଣ ସାହୁ ମଞ୍ଚାସୀନ ଥିଲେ । ସୁନୀଲ ବେହେରା,ଅଶୋକ ସାହୁ ପ୍ରମୁଖ ବିଜେପି କାର୍ଯ୍ୟକର୍ତ୍ତା ସମାବେଶକୁ ସଫଳ କରିବା ପାଇଁ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.