![oum](https://koshalaprabahalive.com/wp-content/uploads/2024/07/oum.jpg)
ଡେଲାଙ୍ଗ, (ଦିଲୀପ କୁମାର ଧାଉଡିଆ) : ସୂଜନପୂର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାତ୍ତିକପୂର ଗ୍ରାମର ଆରାଧ୍ୟ ଠାକୁର ବାବା ବାଙ୍କାନାଥ ଦେବଙ୍କ ପୀଠସ୍ଥଳୀରେ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଗ୍ରାମର କଲ୍ୟାଣ ଏବଂ ଜଗତର କଲ୍ୟାଣ ନିମନ୍ତେ ଗ୍ରାମବାସୀ ପକ୍ଷରୁ ଏହି ଯଜ୍ଞ ଆୟୋଜନ କରାଯାଇଛି । ଏହା ତିନିଦିନ ଧରି ଚାଲିବ ବୋଲି ପରିଚାଳନା କମିଟିର ସଭାପତି ବିଶ୍ଵଜିତ ଛୋଟରାୟ ଠାରୁ ସୂଚନା ମିଳିଛି ।