jayashree

ହିଟ ଏଣ୍ଡ ରନ୍‌ ଘଟଣା : ଚିତ୍ତ ମହାନ୍ତିର ଜାମିନ ଖାରଜ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ହିଟ ଏଣ୍ଡ ରନ୍‌ ଘଟଣାର ମୁଖ୍ୟ ଅଭିଯୁକ୍ତ ଚିତ୍ତ ମହାନ୍ତିର ଜାମିନ ଆବେଦନ ଏସ୍‌ଡିଜେଏମ୍‌ କୋର୍ଟରେ ଖାରଜ ହୋଇଛି । ଚିତ୍ତ ମହାନ୍ତି ପକ୍ଷରୁ ଆଇନ୍‌ଜୀବୀ ଅମ୍ବରୀଶ ତ୍ରିପାଠୀ ଜାମିନ ଆବେଦନ କରିଥିଲେ । ସରକାରୀ ଓକିଲ ହରେଶ ସୁନାନୀ ଏହାକୁ ବିରୋଧ କରିଥିଲେ । ମୁଖ୍ୟ ଅଭିଯୁକ୍ତ ବିରୋଧରେ ସଂଗୀନ ଦଫା-୩୦୨, ୩୦୭, ୧୨୦-ବି ଲାଗିଥିବାରୁ ଏସ୍‌ଡିଜେଏମ୍‌ ମନୋଜ ମହାନ୍ତି ଜାମିନ ଆବେଦନକୁ ଖାରଜ କରିଥିଲେ । ଏହାପରେ ଗତକାଲି ସେସନ୍ସ କୋର୍ଟରେ ଚିତ୍ତ ମହାନ୍ତି ପକ୍ଷରୁ ମାମଲା ଲଢୁଥିବା ଆଇନଜୀବୀ ଶ୍ରୀ ତ୍ରିପାଠୀ ଜାମିନ ଆବେଦନ କରିଥିବା ସୂଚନା ମିଳିଛି ।

Leave A Reply

Your email address will not be published.