ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲ ପରିଦର୍ଶନ ସମୟରେ ସାଂସଦଙ୍କୁ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ତରଫରୁ ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସାଂସଦ ସଙ୍ଗିତା ସିଂହଦେଓ ବିଭିନ୍ନ ସମ୍ୟାସକୁ ନେଇ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ପରିଦର୍ଶନ କରିଥିବା ବେଳେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ତରଫରୁ ସଂଗଠନର ସଦସ୍ୟମାନେ ସାଂସଦକୁ ସାକ୍ଷାତ କରି ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଦାବୀପତ୍ରରେ ଏଣ୍ଡ୍ରୋସ୍କୋପି ନିୟମିତ କରାଯାଉ, ଏମ୍‌ଆର୍‌ଆଇ ଉପଲବ୍ଧ କରାଯିବା ସହ ଡାକ୍ତରଖାନାରେ ରହିଥିବା ରୋଗୀ ମାନଙ୍କର ବିଭିନ୍ନ ସମସ୍ୟା ଉଲ୍ଲେଖ ରହିଥିବା ବେଳେ ଏହା ଅତି ଶ୍ରୀଘ୍ର ପୂରଣ ହେବ ବୋଲି ସାଂସଦ ଶ୍ରୀମତୀ ସିଂହଦେଓ ସଂଗଠନର ସଦସ୍ୟମାନଙ୍କୁ ପ୍ରତିଶୃତି ଦେଇଛନ୍ତି ।

Leave A Reply

Your email address will not be published.