ରେଲୱେ ଅଟୋ ପାର୍କିଂ ୟୁନିୟନ ପକ୍ଷରୁ ଡାକ୍ତରଖାନାକୁ କୁଲର ପ୍ରଦାନ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କଣ୍ଟାବାଞ୍ଜି ରେଲୱେ ଅଟୋ ପାର୍କିଂ ୟୁନିୟନ ପକ୍ଷରୁ ଡାକ୍ତରଖାନାକୁ ରୋଗୀଙ୍କ ନିମନ୍ତେ କୁଲର ପ୍ରଦାନ କରାଯାଇଛି । ୟୁନିୟନ ସଭାପତି ମହମ୍ମଦ ସାହିଲଙ୍କ ଅନ୍ୟ ସଦସ୍ୟମାନେ ଡାକ୍ତରଖାନାକୁ ପହଞ୍ଚି ରୋଗୀମାନଙ୍କୁ ବ୍ରେଡ ଏବଂ ଫଳରସ ବଣ୍ଟନ କରିଥିଲେ । ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀମାନେ ପ୍ରବଳ ଗରମ ଯୋଗୁଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହା ଜାଣିବା ପରେ ଡାକ୍ତରଖାନାକୁ ରୋଗୀଙ୍କ ନିମନ୍ତେ ୨ଟି କୁଲର ପ୍ରଦାନ କରାଯାଇଥିଲା । ଏହି ସମୟରେ ରେଲୱେ ଅଟୋ ପାର୍କିଂ ୟୁନିୟନର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.