oom

ନବଜ୍ୟୋତି ବିଦ୍ୟା ମନ୍ଦିରର ବାର୍ଷିକ ସାଂସ୍କୃତିକ ଉତ୍ସବ

jsmm

ଡେଲାଙ୍ଗ, (ଦିଲ୍ଲିପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଧାନକେରା ପଞ୍ଚାୟତରେ ଅବସ୍ଥିତ ଗୁରୁକୁଳ ଆଶ୍ରମ ପରିସରରେ ଅଷ୍ଟମ ବାର୍ଷିକ ନବଜ୍ୟୋତି ବିଦ୍ୟାମନ୍ଦିର ବାର୍ଷିକ ସାଂସ୍କୃତିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହାକୁ ମୁଖ୍ୟ ଅତିଥି ତଥା ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ମମତା ମିଶ୍ର ପ୍ରଦୀପ ଜାଳି ଉଦ୍‌ଘାଟନ କରିଥିଲେ । ମୁଖ୍ୟ ବକ୍ତା ଭାବେ ଓଡିଶା ଶିକ୍ଷା ବିକାଶ ପରିଷଦର ସାଧାରଣ ସମ୍ପାଦକ ସୁରେଶ ଚନ୍ଦ୍ର ସାମନ୍ତରାୟ, ସମ୍ମାନୀତ ଅତିଥି ଭାବେ ପୁରୀ ମଧୁବନ ବିନାୟକ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ମନୋରଞ୍ଜନ ତ୍ରିପାଠୀ, ଧାନକେରା ପଞ୍ଚାୟତ ସରପଞ୍ଚ ମିନାକ୍ଷୀ ମହାପାତ୍ର, ପୂର୍ବତନ ସରପଞ୍ଚ ପ୍ରସନ୍ନ କୁମାର ଜେନା ପ୍ରମୁଖ ଯୋଗଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀ ଓ ଗୁରୁମାମାନେ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ବରିଷ୍ଠ ଶିକ୍ଷୟିତ୍ରୀ ପୁଷ୍ପଲତା ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିଲେ । ଲକ୍ଷ୍ମୀପ୍ରିୟା ସ୍ୱାଇଁ ବାର୍ଷିକ ବିବରଣୀ ପଠନ କରିଥିଲେ । କ୍ରୀଡା ପ୍ରତିଯୋଗିତାରେ ଚମ୍ପିୟାନ ହୋଇଥିବା ବ୍ଲକ ଓ ରାଜ୍ୟସ୍ତରୀୟ ମେଧାବୃତ୍ତିପ୍ରାପ୍ତ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶିଶୁ କଳାକାରମାନଙ୍କ ଦ୍ୱାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ବରିଷ୍ଠ ଶିକ୍ଷୟିତ୍ରୀ ପ୍ରିୟଦର୍ଶନୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.