oom

ସେବା ସପ୍ତାହ ପାଳନ ପାଇଁ ଭାଜପାର ପ୍ରସ୍ତୁତି ବୈଠକ

jsmm

କଳାହାଣ୍ଡି, (ନରୋତ୍ତମ ସେଲମା) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵାଧୀନ କେନ୍ଦ୍ର ସରକାରର ଆଠ ବର୍ଷ ପୂର୍ତ୍ତି ଅବସରରେ ସେବା, ସୁଶାସନ ଓ ଗରିବ କଲ୍ୟାଣ କାର୍ଯ୍ୟକ୍ରମକୁ ବୁଥ ସ୍ତରରେ ବ୍ୟାପକ କରିବା ପାଇଁ ଭାଜପା ପକ୍ଷରୁ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି । ଏହି କ୍ରମରେ କର୍ଲାମୁଣ୍ଡା ମଣ୍ଡଳ ସଭାପତି ସଞ୍ଜୟ ଜୈନଙ୍କ ସଭାପତିତ୍ୱ ରେ ରିଷିଡା ବଜାର ପଡ଼ିଆ ଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ସାଂସଦ ପ୍ରତିନିଧି ରାଜେନ୍ଦ୍ର ମିଶ୍ର, ଯୁବ ମୋର୍ଚ୍ଚା ସଭାପତି ଗୁଣନିଧି ସାହୁ, ଓବିସି ମୋର୍ଚ୍ଚା ସଭାପତି ପ୍ରଶାନ୍ତ ରଣା, ମହିଳା ମୋର୍ଚା ସଭାନେତ୍ରୀ ସୁଷମା ରଣା, ଅନୁସୂଚିତ ଜନଜାତି ମୋର୍ଚ୍ଚା ସଭାପତି ଲିଙ୍ଗରାଜ ପୁଟା, ଅନୁସୂଚିତ ମୋର୍ଚ୍ଚା ସଭାପତି ସୁଧୀର ତାଣ୍ଡି, କୃଷକ ମୋର୍ଚ୍ଚା ସଭାପତି ସନ୍ତୋଷ ବେହେରାଙ୍କୁ ଜୁନ ମାସର ୫ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ବୁଥ ସ୍ତରରେ ସମାବେଶ କରି ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ ଯୋଜନା ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ପାଇଁ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ମଣ୍ଡଳର ବରିଷ୍ଟ କାର୍ଯ୍ୟକର୍ତ୍ତା ସହ ପଦାଧିକାରୀମାନେ ମୋର୍ଚ୍ଚାମାନଙ୍କ ସମାବେଶରେ ଯୋଗ ଦେବେ ବୋଲି ସଞ୍ଜୟ ଜୈନ ପ୍ରକାଶ କରିଛନ୍ତି । ବୈଠକରେ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ବନମାଳୀ ସାହୁ, ମଣ୍ଡଳ ସଂପାଦକ ସୁଶୀଲ ସାହୁ, ଲିଙ୍ଗରାଜ ସାହୁ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ନବୀନ କୁମାର ରଣା, ହିମାଂଶୁ ରଣା, ଡୋଳାମଣି ସାହୁ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

jittmm
Leave A Reply

Your email address will not be published.