csstore

ଛତ୍ରପୁରର ଠାକୁରାଣୀଯାତ୍ରାରେ ସାଂସଦ, ବିଧାୟକଙ୍କ ଯୋଗଦାନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅଧିଷ୍ଠାତ୍ରୀ ମା’ ରାମାୟାଣାମ୍ମା ଦେବୀଙ୍କ ଘଟଯାତ୍ରା ୨୩ ଦିନରେ ପହଞ୍ଚିଛି । ବୁଧବାର ସନ୍ଧ୍ୟାରେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଯୋଗଦେଇ ଶକ୍ତିସ୍ୱରୂପିଣୀ ମାଆଙ୍କୁ ଦର୍ଶନ କରି ବିଭୂକୃପା ଲାଭ କରିଥିଲେ । ପୌରଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ଏବଂ ଯାତ୍ରା କମିଟି ମ୍ୟାନେଜର କେ. ଚନ୍ଦ୍ର ଶେଖର ରେଡ୍ଡୀ, କମିଟିର ଅନ୍ୟ ବରିଷ୍ଠ ସଦସ୍ୟ ଯୋଗ ଦେଇଥିଲେ । ବର୍ଣ୍ଣାଢ୍ୟପଟୁଆର ଦିନକୁଦିନ ଖୁବ ସରଗରମ ହୋଇଉଠିଛି । କୁହାଯାଏ, ଦେବୀଙ୍କ ଦଶଭୂଜା ରୂପିଣୀ ଅପରୂପା ସୌନ୍ଦର୍ଯ୍ୟଶାଳିନୀ ମାଆଙ୍କୁ ଅସ୍ଥାୟୀ ମଣ୍ଡପରେ ଦେଖିଲେ ଏବଂ ସେଠି ପୂଜାର୍ଚ୍ଚନା କଲେ ଅନେକ ପୂଣ୍ୟ ମିଳେ ଓ ନିଜର ମାନସିକ ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । ସେଥିପାଇଁ ବହୁଦୂର ଦୂରାନ୍ତରୁ ଦେବୀଙ୍କ ଦର୍ଶନ ନିମନ୍ତେ ବହୁ ଗଣ୍ୟମାନ୍ୟ ଅତିଥୀ ଗଣ ବିଭିନ୍ନ ପ୍ରାନ୍ତରୁ ଆସିଥାନ୍ତି । ଶ୍ରୀକାକୁଲମ, ଖୋର୍ଦ୍ଧା, ପୁରୀ, ଭୁବନେଶ୍ୱର, କଟକ ପର୍ଯ୍ୟନ୍ତ ବହୁ ପୂର୍ବରୁ ସାଂସ୍କୃତିକ, ବାଣିଜ୍ୟିକ, ଧାର୍ମିକ ସମ୍ପର୍କରେ ଆସିଥିବା ଅନେକ ପରିବାରର ଲୋକମାନେ ମାଆଙ୍କ ଲୀଳା ଦେଖିବା ପାଇଁ ଥର ଟିଏ ହେଲେ ଆସିଥାନ୍ତି । ଦେଶ ବିଦେଶରେ ରହୁଥିବା ପ୍ରବାସୀ ଗଞ୍ଜାମ ତଥା ଦକ୍ଷିଣାଞ୍ଚଳ ବାସିନ୍ଦାର ଲୋକେ ଯେ, କି ଏହି ମହନୀୟ ସଂସ୍କୃତିର ମହତ୍ତ୍ୱପୂର୍ଣ୍ଣ ତତ୍ତ୍ୱ ସମ୍ପର୍କରେ ଅବଗତ ହୋଇଥିବେ, ସେମାନେ ବି ସୁଯୋଗ ଉଣ୍ଡିଲେ ଥର ଟିଏ ହେଲେ ଆସି ଯାତ୍ରା ସମୟରେ ଦେବୀଙ୍କ ଦର୍ଶନ କରିଯାଇଥାନ୍ତି ।

jayashree
Leave A Reply

Your email address will not be published.