ବର୍ଜ୍ୟବସ୍ତୁ ପରିଚାଳନା ଗାଡି ଶୁଭ ଉଦ୍‌ଘାଟନ ସହ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କଲେ ସାଂସଦ ଓ ବିଧାୟକ

ଡେଲାଙ୍ଗ, (ଦିଲଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଚାଇଁପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଫାଇଭ ଟିରେ ରୂପାନ୍ତରିତ ହୋଇଥିବା ଷଡାଙ୍ଗୋଈ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ ସହିତ ଚାଇଁପୁର ଗ୍ରାମ ପଞ୍ଚାୟତର ସ୍ଵଚ୍ଛ ଭାରତ ମିଶନ ଗ୍ରାମୀଣ କଠିନ ଏବଂ ତରଳ ବର୍ଜ୍ୟବସ୍ତୁ ସୁପରିଚାଳନା କାର୍ଯ୍ୟକ୍ରମ ମାଧ୍ୟମରେ ବର୍ଜ୍ୟବସ୍ତୁ ବୁହା ଗାଡିର ଶୁଭ ଉଦ୍‌ଘାଟନ କରିଥିଲେ ପୁରୀ ସାଂସଦ ପିନାକୀ ମିଶ୍ର, ଡେଲାଙ୍ଗ ପିପିଲି ବିଧାୟକ ରୂଦ୍ରପ୍ରତାପ ମହାରଥୀ । ଅନ୍ମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ବାସନ୍ତୀ ସାହୁ, ମଣ୍ଡଳ ଉନ୍ନୟନ ଅଧିକାରୀ ଦିଲ୍ଲୀପ କୁମାର ଷଡ଼ଙ୍ଗୀ, ୧୬ନଂ ଜୋନରୁ ଜିଲା ପରିଷଦ ସଭ୍ୟ ପ୍ରସନ୍ନ କୁମାର ସାହୁ ଏବଂ ସ୍ଥାନୀୟ ପଞ୍ଚାୟତର ସରପଞ୍ଚ ଜୟନ୍ତୀ ବରାଳ, ସମିତି ସଭ୍ୟା ମଂଜୁଲତା ହାତି ପ୍ରମୁଖ୍ୟ ଉପସ୍ଥିତ ଥିଲେ । ଏହା ପରେ ସାଂସଦ ଓ ବିଧାୟକ ଡେଲାଙ୍ଗ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଫାଇଭ ଟି ରୂପାନ୍ତରଣ କାର୍ଯ୍ୟକ୍ରମ ମଧ୍ୟ ବୁଲି ଦେଖିଥିଲେ ।

jittmm
Leave A Reply

Your email address will not be published.